ଦେଶ ବିଦେଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ପଜିଟିଭ, ସଂଶ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ପଜିଟିଭ । ପଜିଟିଭ ଚିହ୍ନଟ ନେଇ କେଜ୍ରିଓ୍ଵାଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସମାନ୍ୟ ଲକ୍ଷଣ ଦେଖାଦେଇଛି । ସେ ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ସଂଶ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି କେଜ୍ରିଓ୍ଵାଲ । ୨ ତାରିଖରେ ଲକ୍ଷ୍ନୌରେ ଓ ୩ରେ ଡେରାଡୁନରେ ନିର୍ବାଚନୀ ରାଲି କରିଥିଲେ କେଜ୍ରିଓ୍ଵାଲ।

ସୂଚନା ଥାଉକି, ଭାରତରେ କରୋନାର ତୃତୀୟ ଲହର ସ୍ଥିତି। ୨୦୦ ପ୍ରତିଶତ ବଢିଛି ସାପ୍ତାହିକ ସଂକ୍ରମଣ। ପୂର୍ବ ଲହର ଠାରୁ ୨୬୨ ଗୁଣ ଦ୍ରୁତରେ ବଢୁଛି ସଂକ୍ରମଣ। ୧୨ସପ୍ତାହ ପରେ ଦେଶରେ ସର୍ବାଧିକ କେସ୍‌ ଆସିଛି। ଦିଲ୍ଲୀ, ମୁମ୍ବାଇ ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ପଜିଟିଭିଟି ହାର ୬.୪୬ ପ୍ରତିଶତ ବଢିଛି।

ରବିବାର ତୁଳନାରେ ସୋମବାର ନୂଆ ମାମଲା ୨୮ପ୍ରତିଶତ ବଢିଛି। ଗତ ୭ ମାସରେ ଏହା ସର୍ବାଧିକ। ବର୍ତ୍ତମାନ ଜାତୀୟ ରାଜଧାନୀରେ କୋଭିଡ୍‌ ଆକ୍ଟିଭ କେସ୍‌ ୧୦ ହଜାର ଅତିକ୍ରମ କରି ୧୦ ହଜାର ୯୮୬ରେ ପହଞ୍ଚିଛି । ଦିଲ୍ଲୀରେ ନୂଆ ଓମିକ୍ରନ୍‌ କେସ୍‌ ସହ ମୋଟ କରୋନା ସଂକ୍ରମଣ ବଢ଼ି ଚାଲିଛି ।

ସେହିପରି ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୯ ହଜାର ୨୮୩ ନମୂନା ପରୀକ୍ଷା ହୋଇଥିଲା । ଏଥିରୁ ୮ହଜାର ୮୨ ପଜିଟିଭ୍‌ କେସ୍‌ ଆସିଛି । ଗତ ନଭେମ୍ବରରେ ମୁମ୍ବାଇର ମୋଟ ସଂକ୍ରମଣ ଥିଲା ୬ ହଜାର ୯୭୧ । ଡିସେମ୍ବରରେ ଏହି ସଂଖ୍ୟା ୨୨ ହଜାର ୨୨୯ ଥିଲା । ମହାରାଷ୍ଟ୍ରରେ ୧୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Sonalisa

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

1 min ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

27 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

36 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago