ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ, ପୋଲିସ କରୁଛି ଯାଞ୍ଚ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଅଭିଯୁକ୍ତ ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ କରି ଜୀବନରୁ ମାରିଦେବାକୁ ଧମକ ଦେଇଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଗାଜିଆବାଦ ପୋଲିସକୁ ପିସିଆର କଲ୍ ଆସିଥିଲା । ଏହାପରେ ଗାଜିଆବାଦ ପୋଲିସ ଦିଲ୍ଲୀ ପୋଲିସକୁ ଏହା ବିଷୟରେ ସୂଚନା ଦେଇଥିଲା । ଘଟଣାକୁ ନେଇ ପୋଲିସ ଯାଞ୍ଚ କରିବା ପରେ ଅଭିଯୁକ୍ତ ଫୋନ ସୁଇଚ୍ ଅଫ୍ ବୋଲି ଜଣାପଡିଛି ।

ରେଖା ଗୁପ୍ତା ୧୯୯୫-୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଚିବ ହୋଇଥିଲେ । ରେଖା ଗୁପ୍ତା ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବରେ ରାଜନୀତିରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ରେଖା ପେଶାରେ ଜଣେ ଓକିଲ । ଏହା ପୂର୍ବରୁ ସେ ଜଣେ କାଉନସିଲର ମଧ୍ୟ ଥିଲେ । ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

Also Read : ବିଶ୍ବରେ ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ ଲୋକାର୍ପିତ, ପତାକା ଦେଖାଇ ଉଦ୍ଘାଟିତ କଲେ ପ୍ରଧାନମନ୍ତ୍ରୀ