ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ମାଲିକଙ୍କୁ ଅନ୍ତରୀଣ ଜାମିନ୍‌, ବେସ୍‌ମେଣ୍ଟରେ ବୁଡ଼ି ପ୍ରାଣ ହରାଇଥିଲେ ୩ ଛାତ୍ରଛାତ୍ରୀ

ଦିଲ୍ଲୀର ରାଜେନ୍ଦ୍ର ନଗରସ୍ଥିତ କୋଚିଂ ସେଣ୍ଟର ଦୁର୍ଘଟଣା ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ କୋଚିଂ ମାଲିକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କୋଚିଂ ସେଣ୍ଟରର ମାଲିକ ତଥା ସିଇଓ ଅଭିଷେକ ଗୁପ୍ତା ଏବଂ କୋ-ଅର୍ଡିନେଟର ଦେଶପାଲ ସିଂଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ ।

ସିଇଓ ଗୁପ୍ତା ଓ କୋ-ଅର୍ଡିନେଟର ସିଂଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିବାକୁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଉଭୟଙ୍କୁ ଡିସେମ୍ବର ୭ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ବେସ୍‌ମେଣ୍ଟର ୪ ଜଣ ସହ-ମାଲିକ ପରବିନ୍ଦର ସିଂ, ତାଜିନ୍ଦର ସିଂ, ହରବିନ୍ଦର ସିଂ ଓ ସରବଜିତ୍‌ ସିଂଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଥିଲେ ।

କହି ରଖୁଛୁ, ଗତ ଜୁଲାଇ ୨୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ପରେ ପୁରୁଣା ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ଭରିଯାଇଥିଲା । ଏଥିରେ ବୁଡ଼ିଯାଇ ୩ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । କୋଚିଂ ଅପରେଟରମାନେ ବେସ୍‌ମେଣ୍ଟରେ ଲାଇବ୍ରେରୀ ଚଳାଉଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like