ଅକ୍ଟୋବର ପହିଲାରୁ ବ୍ୟାନ ହେବ ବିଏସ 4 ଇଂଜିନ ବିଶିଷ୍ଟ ଡିଜେଲ ଗାଡି

ଦିଲ୍ଲୀ ଏନସିଆରରେ ଆସନ୍ତା ଅକ୍ଟୋବର ୧ ତାରିଖ ଠାରୁ ବିଏସ 4 ଇଂଜିନ ବିଶିଷ୍ଟ ଗାଡିକୁ ବ୍ୟାନ କରିଦିଆଯାଇଛି । ରିପୋର୍ଟରୁ ଜଣାଯାଇଛିଯେ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ୪୫୦ AQI ଛୁଇଁଲାଣି । କ୍ଷେତର ଆବର୍ଜନା ଜଳାଇବା ଓ ଆଗକୁ ଆସୁଥିବା ପାର୍ବଣ ରୁତୁରେ ମାତ୍ରାଧିକ ବାଣ ଫୁଟାଇବା କାରଣରୁ ହେଉଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ହିଁ ଦିଲ୍ଲୀ କମିସିନରଙ୍କ ତରଫରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ । ଆସନ୍ତା ୫ ବର୍ଷର ବାୟୁ ପ୍ରଦୂଷଣକୁ କିପରି ନିୟନ୍ତ୍ରଣକୁ ଅଣାଯିବ ସେନେଇ ଏପରି ପଦକ୍ଷେପ ନିଆଯାଇଛି ।

ନୂଆ ନିୟମ ଅନୁଯାୟୀ ବିଏସ-4ର ଚାରି ଚକିଆ ଡିଜେଲ ଗାଡି ଗୁଡିକୁ ହିଁ ବ୍ୟାନ କରାଯିବ | ଆଗକୁ ପେଟ୍ରୋଲ ଗାଡିକୁ ମଧ୍ୟ ବ୍ୟାନ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.