ଭୁଲରେ ଯାହା ସାମ୍ନାରେ କହିଗଲେ ଏଟିଏମ୍ ଚୋରିର ପ୍ଳାନ ସେ ବାହାରିଲେ ପୋଲିସ ଅଧିକାରୀ , ଆଉ ତା’ପରେ

ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରରେ ଏଟିଏମ୍ ଚୋରି ପାଇଁ ଆସିଥିବା ଜଣେ ଚୋର ସହ ଅଦ୍ଭୁତ ଘଟଣା ଘଟିଛି। କହିବାକୁ ଗଲେ ଚୋର ଜଣଙ୍କ ଏପ୍ରିଲ ଫୁଲ ହୋଇଯାଇଛି। ଘଟଣାନୁଯାୟୀ, ଏପ୍ରିଲ ୧ରେ ଅସଲମ ନାମକ ଜଣେ ଚୋର ଭୁଲବଶତଃ ନିଜ ଚୋରୀର ପ୍ଳାନ ଜଣେ ପୋଲିସ ଅଧିକାରୀଙ୍କ ସାମ୍ନାରେ ବଖାଣି ଦେଇଥିଲେ। ଫଳରେ ପରେ ତାଙ୍କୁ ପୋଲିସ ଅଧିକାରୀ ଜଣଙ୍କ ଏପ୍ରିଲଫୁଲ କହିବା ସହ ହାତକଡି ଲଗାଇଥିଲେ। କଥାଟି ଶୁଣିବାକୁ ରୋଚକ ଲାଗୁଛି ନା। ତେବେ ଆସନ୍ତୁ ଜାଣିବା କଣ ରହିଥିଲା ପୁରା ଘଟଣା।
ସୂଚନାଅନୁଯାୟୀ, ଅସଲମ ଏଟିଏମ୍ ଚୋରି କରିବା ପାଇଁ ଉତ୍ତମ ନଗର ଯାଇଥିଲେ। ସେଠାରେ ତାକୁ ଲୁଙ୍ଗି ଏବଂ କୁର୍ତ୍ତା ପିନ୍ଧିଥିବା ଜଣେ ବ୍ୟକ୍ତି ନଜର ଆସିଥିଲେ। ସେ ତାଙ୍କୁ ନୂଆ ଚୋର ଗ୍ୟାଙ୍ଗର ଜଣେ ମେମ୍ବର ଭାବି ଚୋରିର ସମସ୍ତ ପ୍ଳାନିଂ କହିଦେଇଥିଲା। ଚୋରିର ସମସ୍ତ ପ୍ଳାନିଂ ଶୁଣିବା ପରେ ଲୁଙ୍ଗି ପିନ୍ଧା ପୋଲିସ ଅଧିକାରୀ ଜଣଙ୍କ ତାଙ୍କ ହାତରେ ହାତକଡି ଲଗାଇଥିଲେ ଏବଂ ଏପ୍ରିଲ ଫୁଲ କହିଥିଲେ। ଅସଲମଙ୍କ ନାଁ ରେ ପୂର୍ବରୁ ଅନେକ ଅପରାଧିକ ମାମଲା ରୁଜୁ ରହିଛି। ଏନେଇ ଅଦାଲତରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।