‘ଶାରୀରିକ ସମ୍ପର୍କ ପାଇଁ ତୀବ୍ର ଇଚ୍ଛା’ ଥିବା ବ୍ୟକ୍ତିକୁ ଦୁଷ୍କର୍ମ ମାମଲାରେ ମିଳିବନି ଜାମିନ୍‌, ମନା କରିଦେଲେ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ବେଳେ ଶାରୀରିକ ସମ୍ପର୍କ ପାଇଁ ତୀବ୍ର ଇଚ୍ଛା ଥିବା ବ୍ୟକ୍ତିଙ୍କୁ ଜାମିନ୍‌ ଦେବାକୁ ମନା କଲେ ଦିଲ୍ଲୀର ଏକ କୋର୍ଟ। ସେକ୍ସ ପାଇଁ ତୀବ୍ର ଇଚ୍ଛା ବା ସେକ୍ସୁଆଲ ଆଡିକ୍ସନ୍‌ ବା ହାଇପର ସେକ୍ସୁଆଲିଟି ମାମଲାରେ ଦୋଷୀର ଜାମିନ୍‌ ନାମଞ୍ଜୁର କଲେ କୋର୍ଟ। ଏହି ମାମଲାରେ ପୀଡ଼ିତା ଦାବି କରିଥିଲା ଯେ ସେ ଅଭିଯୁକ୍ତକୁ ବିରୋଧ କରିବାକୁ ଦୁର୍ବଳ ଥିଲା।

ଦିଲ୍ଲୀର ଏକ ଅଦାଲତ ଅନ୍ତରୀଣ ଜାମିନ୍‌ ପିଟିସନ୍‌କୁ ଖାରଜ କରି କହିଛନ୍ତି, ଏଭଳି ମାମଲାରେ ଦୁର୍ବଳ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆଇନ୍‌ ଅଣାଯିବ। ଅଭିଯୁକ୍ତ ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ବଳାତ୍କାର କରିଥିଲା। କୋର୍ଟ କହିଛନ୍ତି, ସେଟିରୋମେନିକ (ସେକ୍ସର ତୀବ୍ର ଇଚ୍ଛାର ଡିସଅର୍ଡର ଥିବା ବ୍ୟକ୍ତି) ନିଜ ପ୍ରକୃତିକୁ ଛାଡ଼ିପାରିବ ନାହିଁ।

ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି, ଏଭଳି ମାମଲାରେ ଆଇନ୍‌ ଦୁର୍ବଳ ବ୍ୟକ୍ତିଙ୍କୁ ସାହାଯ୍ୟ କରିବ। ପୀଡ଼ିତାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ବ୍ୟକ୍ତି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏଥିସହ ସେ ନିଜ ପ୍ରକୃତ ନାଁ, ବିବାହିତ ହୋଇଥିବା ଓ ପିଲା ବିଷୟରେ ମଧ୍ୟ ଲୁଚାଇଥିଲା। ଏସବୁ ତଥ୍ୟ ନ ଦେଇ ସେ ଏକ ମ୍ୟାଟ୍ରିମୋନିଆଲ ୱେବ୍‌ସାଇଟ୍‌ରେ ମଧ୍ୟ ରେଜିଷ୍ଟ୍ରେସନ୍‌ କରାଇଥିଲା।


ଏହି ବ୍ୟକ୍ତି ଜଣକ ତଦନ୍ତ ପ୍ରକ୍ରିୟାରେ ସାମିଲ ନ ହେବାକୁ ବିଦେଶ ପଳାୟନ କରିଥିବା ଜଣାଯାଇଛି। ତେବେ ଯଦି ଦୁଷ୍କର୍ମ କେସ୍‌କୁ ଅଣଦେଖା କରାଯାଏ ତଥାପି ମିଛ ପରିଚୟ ଦେଇ ମ୍ୟାଟ୍ରିମୋନିଆଲରେ ଆକାଉଣ୍ଟ ଖୋଲିବା ତା’ ଇଚ୍ଛା ଓ ପ୍ରବୃତ୍ତି ଦର୍ଶାଉଛି।

କୋର୍ଟ କହିଛନ୍ତି, ଅଭିଯୁକ୍ତ ନିଜକୁ ଛାଡ଼ପତ୍ର ହୋଇଥିବା ବ୍ୟକ୍ତି ବୋଲି ଦର୍ଶାଇ ଏକ ପିଲାର ଲାଳନପାଳନ ଦାୟିତ୍ୱ ସହ ଜଣେ ଅସହାୟ ବିଧବାଙ୍କୁ ଧୋକା ଦେଇଛି। ନିଜ ପରିଚୟ ଓ ସତ୍ୟତା ଲୁଚାଇ ସେ ପୀଡ଼ିତାକୁ ମିଛ ପ୍ରତିଶ୍ରୁତି ଦେଇ ସମ୍ପର୍କ ଗଢ଼ିଛି। ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Also Read: ନକ୍ଷତ୍ର ବଦଳାଇଲେ ସୂର୍ଯ୍ୟ: ଏହି ରାଶିର ଲୋକଙ୍କର ବଦଳିଯିବ ଭାଗ୍ୟ, ହେବ ଟଙ୍କା ବର୍ଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.