ଦିଲ୍ଲୀ ନିର୍ବାଚନରେ ଆଜି ସରୁଛି ପ୍ରଚାର, ଭୋଟରଙ୍କୁ ମନାଇବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି ସବୁ ଦଳର ନେତା ଓ କର୍ମୀ

ଦିଲ୍ଲୀ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନରେ ଜମୁଛି କ୍ୟାମ୍ପେନିଂ। ଭୋଟରଙ୍କୁ ମନାଇବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି ସବୁ ଦଳର ନେତା ଓ କର୍ମୀ । ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମାନେ ମାରାଥନ ପ୍ରଚାର କରୁଛନ୍ତି । ଦଳୀୟ ମଙ୍ଗ ଧରିଛନ୍ତି ଅମିତ ଶାହ, ରାହୁଲ ଓ କେଜ୍ରିଓ୍ଵାଲ। ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଶୋଭାଯାତ୍ରା ଓ ଡୋରୁ ଟୁ ଡୋର କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ଭୋଟ ଭିକ୍ଷା ପାଇଁ ଦିଲ୍ଲୀରେ ବିଜେପିର ସବୁ ତୁଙ୍ଗ ନେତା ଡେରା ପକାଇଛନ୍ତି। ଶନିବାର ହେବ ଭୋଟଗ୍ରହଣ । ଏଥର ନିର୍ବାଚନରେ କିଏ କାହାକୁ ମାତ୍‌ ଦେବ ଓ ଦିଲ୍ଲୀ ସିଂହାସନରେ କିଏ ବସିବ ୧୧ରେ ଫଳାଫଳରୁ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.