ଜୁନ ୨ ପର୍ଯ୍ୟନ୍ତ ଜେଲରେ ରହିବେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ, ମାର୍ଚ୍ଚ ୩୧ରେ ଜାମିନ ଆବେଦନକୁ ଖାରଜ କରିଥିଲେ କୋର୍ଟ

ବିଚାର ବିଭାଗୀୟ ହାଜତରେ ରହିବେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ଜୁନ ୨ ତାରିଖ ପର୍ଯ୍ୟନ୍ତ ହାଜତରେ ରହିବେ ମନୀଷ । ସ୍ୱତନ୍ତ୍ର ବିଚାରପତି ଏମ.କେ.ନାଗପାଲ ଏହି ରାୟ ଶୁଣାଇଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ଜୁନ ୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ଆଜି ଦିଲ୍ଲୀ ରୋଉଜ ଏଭେନ୍ୟୁ କୋର୍ଟ ଏହି ରାୟ ଶୁଣାଇଛନ୍ତି । ସ୍ୱତନ୍ତ୍ର ବିଚାରପତି ଏମ.କେ.ନାଗପାଲ ଏହି ରାୟ ଶୁଣାଇଛନ୍ତି । ଆଜି ତାଙ୍କର ବିଚାର ବିଭାଗୀୟ ହେପାଜତ ଅବିଧି ସରୁଥିବାରୁ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଗତ ମାର୍ଚ୍ଚ ୩୧ ତାରିଖରେ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ।

ଦିଲ୍ଲୀ ଏକ୍ସସାଇଜ ପଲିସି ୨୦୨୧-୨୨କୁ କାର୍ଯ୍ୟକାରୀ କରିବାରେ ସିସୋଦିଆ ଦୁର୍ନୀତି କରିଥିବା ଅଭିଯୋଗରେ ସିସୋଦିଙ୍କୁ ସିବିଆଇ ଗିରିଫ କରିଥିଲା । ପ୍ରାୟ ୧୦୦ କୋଟି ଟଙ୍କା ଦୁର୍ନୁତିର ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.