ଦେଖନ୍ତୁ ଦିଲ୍ଲୀର ରାଜରାସ୍ତାରେ ଗତକାଲି ହୋଇଥିବା ହିଂସାର କିଛି ଝଲକ୍‌, ସାମ୍ନାକୁ ଆସିଲା ଲାଇଭ୍‌ ଭିଡିଓ

ସାରା ଦେଶ ମଙ୍ଗଳବାର ଗଣତନ୍ତ୍ର ଦିବସ ପାଳୁଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉତ୍ପାତ ଜାରି ଥିଲା। କୃଷି ଆଇନ୍‌କୁ ବିରୋଧ କରି ଜାରି ରହିଥିବା ଏହି ଆନ୍ଦୋଳନରେ କୃଷକ ସଂଗଠନ ଟ୍ରାକ୍ଟର ର‍୍ୟାଲି କରିବାକୁ କହିଥିଲେ। କିନ୍ତୁ ମଙ୍ଗଳବାର ଏହି ର‍୍ୟାଲି ହିଂସାରେ ପରିବର୍ତ୍ତିତ ହୋଇଥିଲା। ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ କିଛି ଲୋକ ଗୁରୁତର ମଧ୍ୟ ହୋଇଛନ୍ତି। ଆଉ କିଛି ସ୍ଥାନରେ ଭଙ୍ଗାରୁଜା ହୋଇଛି। ତେବେ ଆସନ୍ତୁ ନଜର ପକାଇବା ଦିଲ୍ଲୀରେ ହୋଇଥିବା ଏହି ହିଂସାର କେତେକ ଭିଡିଓ ଉପରେ…

ଦିଲ୍ଲୀର ନାଙ୍ଗଲୋଇ-ନଜଫଗଡ଼ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନକାରୀ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଦେଖନ୍ତୁ ଭିଡିଓ:

ଆନ୍ଦୋଳନକାରୀ ଲାଲକିଲ୍ଲାରେ ହଙ୍ଗାମା କରୁଥିବା ବେଳେ ପୋଲିସ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଥିଲା। ଦେଖନ୍ତୁ ଘଟଣା ବେଳର ଦୃଶ୍ୟ:

ଆଇଟିଓ ନିକଟରେ ଗତକାଲି ଜଣେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପୋଲିସକୁ ଦୋଷ ଦେଇଥିଲେ ଆନ୍ଦୋଳନକାରୀ। କିନ୍ତୁ ଭିଡିଓରୁ ସ୍ପଷ୍ଟ ହୋଇଛି ଯେ ଡ୍ରାଇଭର ଖୁବ୍‌ ସ୍ପିଡ୍‌ରେ ଟ୍ରାକ୍ଟର ଚଲାଉଥିଲେ, ଫଳରେ ତାହା ଓଲଟି ପଡ଼ିଥିଲା। ଦେଖନ୍ତୁ ଭିଡିଓ:

ଦିଲ୍ଲୀର ପଞ୍ଜାବ ବାଗ୍‌ରେ ଏମିତି ଥିଲା ହିଂସା ବେଳ ଦୃଶ୍ୟ:

ଦେଖନ୍ତୁ ଆଉ କେତେକ ସ୍ଥାନର ହିଂସା ବେଶର ଭିଡିଓ ଫୁଟେଜ୍‌:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.