ମୁଣ୍ଡକା ପରେ ଏବେ ବବନାସ୍ଥିତ ଫ୍ୟାକ୍ଟ୍ରିରେ ଲାଗିଲା ଭୟଙ୍କର ନିଆଁ, ଲିଭାଇବାକୁ ପହଞ୍ଚିଲା ୧୭ ରୁ ଅଧିକ ଅଗ୍ନିଶମ ଗାଡ଼ି

ଦିଲ୍ଲୀ: ଦିଲ୍ଲୀର ନରେଲା ଓ ମୁଣ୍ଡକା ପରେ ଆଜି ଅପରାହ୍ନରେ ହଠାତ୍‌ ବବାନାର ଏକ ଥିନର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ୧୭ରୁ ଅଧିକ ଦମକଳ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁକୁ ଆୟତ୍ତ କରିବାକୁ ଆଗ୍ନିକମାନେ ଜୋରଦାର ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡ ଦେଖି ଘଟଣାସ୍ଥଳରେ ଲୋକଙ୍କର ପ୍ରବଳ ଭିଡ଼ ଜମିଛି। ଏହି ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ପହଞ୍ଚିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଏବେ ଯାଏଁ ଜଣାପଡ଼ିନାହିଁ।

ଅଗ୍ନିଶମ ବିଭାଗର ଅଫିସରମାନେ ଲଗାତାର ଘଟଣା ଉପରେ ନଜର ରଖିଛନ୍ତି। ନିଆଁର ପ୍ରଭାବ ଏତେ ରହିଛି ଯେ ଏବେ ବି ଫ୍ୟାକ୍ଟ୍ରିରୁ ନିଆଁ ଝୁଲ ବାହାରୁଥିବା ଦେଖାଯାଇଛି। ଆକାଶରେ କଳା ଧୂଆଁ ବ୍ୟାପିଯାଇଛି। ପୂରା ଅଞ୍ଚଳ ଏବେ କଳା ଧୂଆଁରେ ଭରି ରହିଛି।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ଏହି ଅଞ୍ଚଳରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ନିକଟରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ ଚାରି ତାଲା କୋଠାରେ ଭୟଙ୍କର ଭାବେ ନିଆଁ ଲାଗିଯାଇଥିଲା। ଏଥିରେ ୨୭ ଜଣଙ୍କର ଜୀବନ ଯାଇଥିଲା। ଉକ୍ତ ଅଗ୍ନିକାଣ୍ଡ ପରେ ଆଜି ପୁଣିଥରେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି।

Also Read: ଟ୍ରେନ୍‌ରେ ଶୋଇବା ପାଇଁ ଏମିତି କାମ କଲେ ବ୍ୟକ୍ତି, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ; ନଜର ପକାନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.