ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନିର୍ମିତ ହେଲା ପ୍ରଥମ ସ୍ମଗ୍‌ ଟାଓ୍ଵାର, ଉଦ୍‌ଘାଟନ କଲେ ଗୌତମ ଗମ୍ଭୀର

କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀରେ ସ୍ଥାପିତ ହୋଇଛି ସ୍ମଗ୍‌ ଟାଓ୍ଵାର। ରାଜଧାନୀର ପ୍ରଥମ ସ୍ମଗ୍‌ ଟାଓ୍ଵାର୍‌ ଶୁକ୍ରବାର ଦକ୍ଷିଣ ଦିଲ୍ଲୀର ଲାଜପତ ନଗର କେନ୍ଦ୍ରୀୟ ବଜାରରେ ନିର୍ମାଣ କରାଯାଇଛି। ୨୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ଟାଓ୍ଵାର ଦିଲ୍ଲୀର ପ୍ରଦୂଷିତ ବାୟୁକୁ ବିଶୁଦ୍ଧ କରିବ। ଏହି ବାୟୁ ବିଶୁଦ୍ଧୀକରଣ ଟାଓ୍ଵାରକୁ କ୍ରିକେଟିୟର ତଥା ନେତା ଗୌତମ ଗମ୍ଭୀର ଉଦ୍‌ଘାଟନ କରିଛନ୍ତି।

ରିପୋର୍ଟ ମୁତାବକ ଗମ୍ଭୀର ଏହି ଟାଓ୍ଵାର ନିର୍ମାଣ କରିବାରେ ସାହାଯ୍ୟ କରିଛନ୍ତି। ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ଏଥିରୁ ମୁକ୍ତି ପାଇବାକୁ ସବୁ ସ୍ତରରେ ଚେଷ୍ଟା ଚାଲିଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୪୨୬ରେ ରହିଛି।
ଏହି ଟାଓ୍ଵାର ନିର୍ମାଣରେ ମୋଟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସ୍ମଗ୍‌ ଟାଓ୍ଵାରକୁ ଚଲାଇବା ପାଇଁ ପ୍ରାୟ ୩୦ ହଜାର ଟଙ୍କା ଲାଗିବ।

ସିଲିଣ୍ଡ୍ରିକାଲ ଡିଜାଇନ୍‌ରେ ନିର୍ମିତ ଏହି ବାୟୁ ବିଶୁଦ୍ଧକରଣ ଟାଓ୍ଵାର ପ୍ରାୟ ୫୦୦ରୁ ୭୫୦ ମିଟର ପରିବ୍ୟାପ୍ତ ଅଞ୍ଚଳର ବାୟୁକୁ ଶୁଦ୍ଧ କରିବ। ଏହି ଟାଓ୍ଵାର ପ୍ରତିଦିନ ପ୍ରାୟ ୨,୫୦,୦୦୦ରୁ ୬,୦୦,୦୦୦ କ୍ୟୁବିକ ମିଟର ବାୟୁଶୋଧ କରିବ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ସୁପ୍ରିମ୍‌କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ମଗ୍‌ ଟାଓ୍ଵାର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

WCW 11

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

6 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

12 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

25 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago