ମଦ ଦୋକାନରେ ଏହି ୩ଦିନ ପଡିବ ତାଲା, ଡ୍ରାଏ ଡେ ପାଳନ ପାଇଁ ସରକାରଙ୍କ ବଡ ଆହ୍ବାନ

ଦିଲ୍ଲୀ ସରକାର କିଛି ଧାର୍ମିକ ଦିନକୁ ଆଖି ଆଗରେ ରଖି ମଦ ଦୋକାନ ଉପରେ ରୋକ ଲଗାଇଛନ୍ତି । ଯାହାକୁ ‘ଡ୍ରାଏ ଡେ’ ଭାବେ ସରକାର ଘୋଷଣା କରିଛନ୍ତି । ଯାହାକି ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହି ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସଠାରୁ ଆରମ୍ଭ ହେବ । ଜାଣନ୍ତୁ ଡ୍ରାଏ ଡେ କେବେଠୁ ପାଳନ କରାଯିବ । ତେଣୁ ମଦ ବିକ୍ରି ଉପରେ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଯାହା ନିମ୍ନରେ ଦିଆଯାଇଛି ।
ଡ୍ରାଏ ଡେ ତାଲିକା :
ରାମ ନବମୀ – ୬ ଏପ୍ରିଲ
ମହାବୀର ଜୟନ୍ତୀ – ୧୦ ଏପ୍ରିଲ
ଗୁଡ ଫ୍ରାଇଡେ – ୧୮ ଏପ୍ରିଲ
ବୁଦ୍ଧ ପୂର୍ଣ୍ଣିମା – ୧୨ ମେ
ଇଦ-ଉଲ-ଜୁହା – ୬ ଜୁନ୍
ଦିଲ୍ଲୀ ଅବକାରୀ ନିୟମାନୁସାରେ ୨୦୧୦ ର ୫୨ ଧାରାରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ଚଳିତ ବର୍ଷ ୨୦୨୫-୨୬ରେ ଲାଗୁ କରାଯିବ । ଏହାର ନିୟମ କେବଳ ମଦ ଦୋକାନୀଙ୍କ ପାଇଁ ସୀମିତ ନୁହେଁ ବରଂ ହୋଟେଲ, ରେଷ୍ଟୁରାଣ୍ଟରେ ମଧ୍ୟ ନିୟମ ଲାଗୁ କରାଯିବ । ସରକାର ଧାର୍ମିକ ପ୍ରଥାକୁ ଗୁରୁତ୍ବ ଦେଇଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି ଧର୍ମର ମର୍ଯ୍ୟାଦା ବଢାଇବା ସହ ସାମାଜିକ ସଦଭାବନାକୁ ପ୍ରୋତ୍ସାହନ ଦେବ। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ନିୟମ ପ୍ରତି ବର୍ଷ ଲାଗୁ କରାଯିବ ।
Also Read : ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍; ସପକ୍ଷରେ ପଡ଼ିଲା ୧୨୮ ଭୋଟ୍, ବିପକ୍ଷରେ ୯୫ ଭୋଟ୍