ଦିଲ୍ଲୀରେ ଛଠ୍ ପୂଜା ପାଇଁ ନଭେମ୍ବର ୭ରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଚିଠି ଲେଖି ଛଠ୍ ପର୍ବର ସନ୍ଧ୍ୟା ଅର୍ଘ୍ୟ ଦିନ ସାର୍ବଜନିକ ଅବକାଶ ଘୋଷଣା କରିବାକୁ ଅନୁରୋଧ କରିଥିଲେ, ଯାହାକୁ ସିଏମ୍ ମଞ୍ଜୁରୀ ଦେଇଛନ୍ତି । କହି ରଖୁଛୁ, ଏହା ପୂର୍ବରୁ ଦିଲ୍ଲୀ ସରକାରଙ୍କ ପ୍ରତିବନ୍ଧିତ ଛୁଟି ତାଲିକାରେ ଛଠ୍ ପର୍ବ ଅନ୍ତର୍ଭୁକ୍ତ ହୋଇଥିଲା ।
ଏଲଜି ନିଜ ପତ୍ରରେ ଲେଖିଥିଲେ ଯେ ‘ଆସନ୍ତା କିଛି ଦିନ ମଧ୍ୟରେ ଛଠ୍ ପୂଜା ଆସୁଛି । ଆସ୍ଥାର ଏହି ମହାପର୍ବ ୪ ଦିନ ଧରି ପାଳନ କରାଯାଏ । ତୃତୀୟ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ଛଠ୍ ପୂଜା ସମୟରେ ନଭେମ୍ବର ୭ରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯିବ, ଯାହାକି ପୂର୍ବରୁ ହିଁ ଦିଲ୍ଲୀ ସରକାରଙ୍କ ପ୍ରତିବନ୍ଧିତ ଅବକାଶ ତାଲିକାରେ ଅନ୍ତର୍ଭୁକ୍ତ ରହିଛି । ମୁଁ ରାଜ୍ୟ ସରକାରଙ୍କୁ ନଭେମ୍ବର ୭ ତାରିଖ ଦିନ ସାର୍ବଜନିକ ଛୁଟି ଘୋଷଣା କରିବାକୁ ଅନୁରୋଧ କରୁଛି’ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଛଠ୍ ପର୍ବ ପାଇଁ ନଭେମ୍ବର ୭ ତାରିଖ ଛୁଟି ରହିବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା କହି ମୋତେ ଖୁସି ଲାଗୁଛି । ଏହି ନିଷ୍ପତ୍ତି ଦ୍ୱାରା ସମସ୍ତ ପୂର୍ବାଞ୍ଚଳ ଭାଇ, ଭଉଣୀ ଧୁମଧାମରେ ଛଠ୍ ପର୍ବ ପାଳନ କରି ପାରିବେ’ ।