ଦିଲ୍ଲୀ ସରକାରଙ୍କ ନୂଆ ନିୟମ, ୨୦୨୪ ମସିହା ସୁଦ୍ଧା ଦିଲ୍ଲୀରେ ଚାଲିବ ୫ ଲକ୍ଷ ଇଲେକ୍ଟ୍ରିକ ଚାଳିତ ଯାନ

ଦିନ କୁ ଦିନ ବଢୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୪ ମସିହା ସୁଦ୍ଧା ଦିଲ୍ଲୀରେ ୫ ଲକ୍ଷ ଇଲେକ୍ଟ୍ରିକ ବାହନ ରେଜିଷ୍ଟର କରିବାକୁ ଲକ୍ଷ ରଖିଛନ୍ତି । ନିକଟରେ ଦିଲ୍ଲୀ କ୍ୟାବିନେଟରେ ପାରିତ ହୋଇଥିବା ନୂଆ ଏଭି ପଲିସୀ ଅନୁସାରେ ସରକାର ଇ-ବାହନ ମାନଙ୍କ ସଂଖ୍ୟା ବଢାଇବା ପାଇଁ ଏଗୁଡିକରେ କିଛିଟା ସବସିଡି ପ୍ରଦାନ କରିବେ । ଏହି ନୀତିରେ ଅଧିକ ସଂଖ୍ୟାରେ ଦୁଇ ଚକିଆ ସମେତ ବାଣିଜିକ ବାହନ ସାମିଲ ଅଛି । ମିଳିଥିବା ତଥ୍ୟ ଅନୁଯାୟୀ ଦିଲ୍ଲୀ ସରକାର ୨୦୨୪ ମସିହା ଭିତରେ ଅତି କମରେ ୨୫ ପ୍ରତିଶତ ଇଲେକ୍ଟ୍ରିକ ବାହନର ପଞ୍ଜିକରଣ ନେଇ ଲକ୍ଷ ରଖିଛନ୍ତି । ଆସନ୍ତା ତିନି ବର୍ଷ ଭିତରେ ୩୫ ହଜାର ଦୁଇ, ତିନି, ଚାରି ଚକିଆର ୧୦୦୦ ଇଲେକ୍ଟ୍ରିକ ବାହନ ମାନଙ୍କ ଡେଲିଭରି ନେଇ ମଧ୍ୟ ଲକ୍ଷ ରଖିଛନ୍ତି

electric vehicle

ଆଉ ମଧ୍ୟ ଏଠିକା ସରକାର ଆସନ୍ତା ୩ ବର୍ଷ ପାଇଁ ସମସ୍ତ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ ବାହନ ଗୁଡିକ ପାଇଁ ପଞ୍ଜିକରଣ ଶୁକ୍ଳ ମଧ୍ୟ ଛାଡ କରିଛନ୍ତି । ଏହାସହ ଦିଲ୍ଲୀ ସରକାର ଇଲେକ୍ଟ୍ରିକ ଦୁଇ ଚକିଆ ଯାନର କିଣା ଉପରେ ୫,୦୦୦ ଟଙ୍କା ଛାଡ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଛାଡ ୧,୫୦,୦୦୦ ଟଙ୍କିଆ ଵାଲା ପ୍ରଥମ ୧,୦୦୦ କାର ଉପରେ ହିଁ ରହିବ । ବ୍ୟକ୍ତି ରହୁଥିବା ଆପାର୍ଟମେଣ୍ଟ ଓ ଅଫିସ ମାନଙ୍କର ପାର୍କିଙ୍ଗ ସ୍ଥଳ ଗୁଡିକରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ପାର୍କିଙ୍ଗ ଦେୟ ଛାଡ କରାଯିବ । ନୂଆ ନିୟମ ଅନୁଯାୟୀ ଇ- ରିକ୍ସା ଓ ମାଲବାହୀ ଗାଡି ଗୁଡିକ ଉପରେ ୩୦,୦୦୦ ଟଙ୍କାର ଇନ୍ଟରେଷ୍ଟ, ଓ ଲୋନ ନେଲେ ମାତ୍ର ୫ ପ୍ରତିଶତ ସୁଧ ଆକାରରେ ନିଆଯିବ ।

Leave A Reply

Your email address will not be published.