ପେଟ୍ରୋଲ ଭରିବାକୁ ଗଲେ ଦେଖାଇବାକୁ ପଡ଼ିବ ଏହି ଡକ୍ୟୁମେଣ୍ଟ, ନଚେତ୍‌ ଭୋଗିବାକୁ ପଡ଼ିପାରେ ଜେଲ-ଜରିମାନା

ପେଟ୍ରୋଲ ଭରିବାକୁ ହେଲେ ଏବେ ଦେଖାଇବାକୁ ପଡ଼ିବ ଜରୁରୀ କାଗଜ ପତ୍ର। ଯଦି ଆପଣଙ୍କ ନିକଟରେ ଏହି ଡକ୍ୟୁମେଣ୍ଟ ନାହିଁ, ତେବେ ଆପଣ ଗାଡ଼ିରେ ତେଲ ଭରିପାରିବେ ନାହିଁ। ଏଥିସହ ଆପଣଙ୍କୁ ଜେଲ ଓ ଜରିମାନା ମଧ୍ୟ ହୋଇପାରେ। ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ଦେଶର ରାଜଧାନୀ ଦିଲ୍ଲୀର ପେଟ୍ରୋଲ ପମ୍ପରେ ତେଲ ପକାଇବା ପାଇଁ ଖୁବ୍‌ଶୀଘ୍ର ପଲ୍ୟୁସନ୍‌ ଅଣ୍ଡର କଣ୍ଟ୍ରୋଲ ଆବଶ୍ୟକ ପଡ଼ିପାରେ।

ସୂଚନା ଅନୁସାରେ, ଦିଲ୍ଳୀରେ ଗାଡ଼ିରେ ପେଟ୍ରୋଲ-ଡିଜେଲ କିମ୍ବା ସିଏନ୍‌ଜି ଗ୍ୟାସ୍‌ ଭରିବା ପାଇଁ ଖୁବ୍‌ ଶୀଘ୍ର ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯିବ। ରାଜ୍ୟ ସରକାର ଏ ନେଇ ଏକ ନୀତି (ପଲିସି ଡ୍ରାଫ୍ଟ) ଘୋଷଣା କରିବାକୁ ଯାଉଛନ୍ତି ଓ ଏ ସମ୍ପର୍କରେ ସେ ଲୋକଙ୍କ ଠାରୁ ପରାମର୍ଶ ମାଗିବେ।

ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଏହି ଡ୍ରାଫ୍ଟ ଲାଗୁ ହେବା ପରେ ଦିଲ୍ଲୀରେ ପ୍ରଦୂୂଷଣ କରୁଥିବା ଗାଡ଼ିଗୁଡ଼ିକ ଚାଲୁ ନାହିଁ ବୋଲି ସ୍ପଷ୍ଟ ହେବ। ଏହା ଦ୍ୱାରା ରାଜ୍ୟ ବାସୀଙ୍କୁ ଶୁଦ୍ଧ ବାୟୁ ମିଳିବ। ମନ୍ତ୍ରୀଙ୍କ ପରାମର୍ଶଦାତା ରୀନା ଗୁପ୍ତା କହିଛନ୍ତି, ଏହି ଡ୍ରାଫ୍ଟ ଦିଲ୍ଲୀର ସମସ୍ତ ନାଗରିକଙ୍କ ପାଇଁ ଶୁଦ୍ଧ ବାୟୁ ସୁନିଶ୍ଚିତ କରିବା ପାଇଁ କେଜରିଓ୍ଵାଲ ସରକାରଙ୍କ ପ୍ରତିଶ୍ରୁତିକୁ ପ୍ରମାଣିତ କରିବ।

ତାଙ୍କ କହିବାନୁସାରେ, ଏହି ନୀତି ଲାଗୁ ହେବା ପରେ ପେଟ୍ରୋଲ ପମ୍ପରେ ବୈଧ ପିୟୁସି ଦେଖାଇବା ବାଧ୍ୟତାମୂଳକ ହେବ। ଯାହା ପାଖରେ ପିୟୁସି ନଥିବ ତାଙ୍କ ବିରୋଧରେ୧୦,୦୦୦ ଟଙ୍କାର ଚାଲାଣ କଟାଯିବ କିମ୍ବା ୬ ମାସର ଜେଲ କିମ୍ବା ଉଭୟ ହୋଇପାରେ।

Leave A Reply

Your email address will not be published.