ସ୍ତ୍ରୀ ଥାଇ ସ୍ୱାମୀଙ୍କ ଦ୍ଵିତୀୟ ବିବାହକୁ ନେଇ ଦିଲ୍ଲୀ ହାଇକୋର୍ଟ ଦେଲେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ

ଏକ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ନିଜ ସ୍ୱାମୀଙ୍କର ଦ୍ଵିତୀୟ ବିବାହକୁ ନେଇ ଜଣେ ମହିଳା ଅଭିଯୋଗ ଦାୟର କରିଥିବାବେଳେ ଏନେଇ ଦିଲ୍ଲୀ ହାଇକୋର୍ଟ ଆଜି ନିଜ ରାୟ ପ୍ରଦାନ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଦ୍ଵିତୀୟ ବିବାହ କରିବାକୁ ଚାହୁଁଛନ୍ତି । ଆଉ ଏହାର ବିରୋଧ କରି ସେ କୋର୍ଟରେ ଏକ ଅଭିଯୋଗ ଫର୍ଦ୍ଧ ମଧ୍ୟ ଦାୟର କରିଥିଲେ । ଅଭିଯୋଗ ଅନୁଯାୟୀ ଉକ୍ତ ମହିଳା ଜଣକର ଏକ ୧୧ ମାସର ସନ୍ତାନ ଥିବାବେଳେ ତାଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଦେଇଛନ୍ତି । ଯାହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ କିଛି ଜରୁରୀ କାଗଜପତ୍ର ମଧ୍ୟ ଦାଖଲ କରିବାକୁ କହିଥିଲେ । ନିଜ ଅଭିଯୋଗ ଫର୍ଦ୍ଦରେ ମହିଳା ଜଣଙ୍କ କହିଛନ୍ତିକି କୌଣସି ମୁସଲମାନ ସ୍ୱାମୀଙ୍କୁ ଦ୍ଵିତୀୟ ବିବାହ କରିବା ପୂର୍ବରୁ ବର୍ତ୍ତମାନର ପତ୍ନୀଙ୍କ ଠାରୁ ଅନୁମତି ନେବା ନିହାତି ଜରୁରୀ | ଅନ୍ୟପକ୍ଷରେ ହାଇକୋର୍ଟର କାର୍ଯ୍ୟନିଵାହୀ ଅଧ୍ୟକ୍ଷ ଜଷ୍ଟିସ ବିପିନ ସଂଘୀ ଓ ଜଜ ନବୀନ ଚାୱଲାଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ସୂଚନା ଦେଇଛନ୍ତିକି ମୁସଲମାନ ସରିୟାତ ଆଇନ ଅନୁଯାୟୀ ଜଣେ ମୁସଲମାନ ପତି ନିଜ ସମସ୍ତ ପତ୍ନୀଙ୍କର ଭରଣପୋଷଣ କରିବା ବାଧ୍ୟତାମୂଳ ହୋଇଥାଏ | ସେପଟେ ମହିଳାଙ୍କ ଓକିଲ କହିଛନ୍ତି କି ପାକିସ୍ତାନ ଓ ବଙ୍ଗଳାଦେଶ ପରି ଦେଶରେ ସ୍ୱାଧୀନତା ପାଇବା ପରେ ମୁସଲିମ ପର୍ସନାଲ ଲ’ ବା ସରିୟତ ଆପ୍ଲିକେସନ ଆକ୍ଟ ଲାଗୁ ହୋଇଛି | ଯେଉଁଥିରେ ମୁସଲମାନ ପତିଙ୍କ ଦ୍ଵିତୀୟ ବିବାହ ବା ବହୁ ବିବାହକୁ ବେଆଇନ ଭାବେ ଘୋଷଣା କରାଯାଇଛି |

ଯାହାର ଜବାବରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ପଚାରିଛନ୍ତିକି ଏହା କୌଣସି ସରିୟତ ଆଇନ ନୁହେଁ | କି ଏହା କୌଣସି ପ୍ରଥାଗତ ଆଇନ ନୁହେଁ | ଏହା ପାକିସ୍ତାନ ଆଇନ ହୋଇଥିବାରୁ ଭାରତରେ କିପରି ଭାବରେ ଲାଗୁ ହୋଇପାରିବ | ଅଦାଲତ ଏହା ମଧ୍ୟ କହିଛନ୍ତିକି ଭାରତୀୟ ଆଇନରେ ସେପରି କୌଣସି ତଥ୍ୟ ନାହିଁ କି ଅନ୍ୟ ମହିଳାଙ୍କ ସହ ବିବାହ କରିବା ପୂର୍ବରୁ ବର୍ତ୍ତମାନର ପତ୍ନୀଙ୍କ ଠାରୁ ଅନୁମତି ନେବାକୁ ପଡିବ | ଏହି ମାମଲାରେ ଅଦାଲତ ଓକିଲଙ୍କ ଠାରୁ ଜରୁରୀ କାଗଜ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆଗାମୀ ଶୁଣାଣି ପାଇଁ ମାର୍ଚ୍ଚ ୨୯ ତାରିଖ ଧାର୍ଯ୍ୟ କରାଯାଇଛି | ଅଦାଲତ ଶୁଣାଣି ସମୟରେ ମହିଳା ଜଣକ ତାଙ୍କ ସ୍ୱାମୀ ତାଙ୍କ ଠାରୁ ଛାଡପତ୍ର ନେଇ କୌଣସି ଅନ୍ୟ ଜଣେ ମହିଳାଙ୍କ ସହିତ ବିବାହ କରିବା ନେଇ ଯୋଜନା କରୁଛନ୍ତି | ଯାହାକି ଅସାମ୍ବିଧାନିକ, ବର୍ବର, ଅମାନବୀୟ ତଥା ଭେଦଭାବ ଯୁକ୍ତ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.