ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ ଯାଚିକାକୁ ଖାରଜ କରି କହିଛନ୍ତି, ମନୀଷ ସିସୋଦିଆଙ୍କ ବ୍ୟବହାର ଏହି ମାମଲାରେ ଠିକ୍‌ ନୁହେଁ । ସେ ସବୁ ପ୍ରମାଣକୁ ନଷ୍ଟ କରିପାରନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ ଯାଚିକାକୁ ଖାରଜ କରି କହିଛନ୍ତି, ମନୀଷଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂଗୀନ । ମନୀଷ ସିସୋଦିଆଙ୍କ ବ୍ୟବହାର ଏହି ମାମଲାରେ ଠିକ୍‌ ନୁହେଁ । ସେ ସବୁ ପ୍ରମାଣକୁ ନଷ୍ଟ କରିପାରନ୍ତି । ଆଉ ହାଇକୋର୍ଟଙ୍କ ଏଭଳି ରାୟକୁ ଚ୍ୟାଲେଞ୍ଜ କରି ସିସୋଦିଆ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମନୀଷ ସିସୋଦିଆ ତଳ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଯାଚିକା ଦାଏର କରିଥିଲେ । ତେବେ କୋର୍ଟ ସିସୋସିଆଙ୍କ ଯାଚିକାକୁ ଖାରଜ କରି ପ୍ରମାଣକୁ ନେଇ ଚିନ୍ତାରେ ରହିଛନ୍ତି । ଅଦାଲତ କହିଛନ୍ତି, ମନୀଷ ସିସୋଦିଆଙ୍କ ବ୍ୟବହାର ଏହି ମାମଲାରେ ଠିକ୍‌ ନୁହେଁ । ସେ ସବୁ ପ୍ରମାଣକୁ ନଷ୍ଟ କରିପାରନ୍ତି ।

ମଦ ଦୁର୍ନୀତି ମାମଲାରେ ଗତ ଫେବୃଆରୀରୁ ଜେଲରେ ବନ୍ଦ ରହିଛନ୍ତି । ଜଷ୍ଟିସ ଦିନେଶ ଶର୍ମା ସିସୋଦିଆଙ୍କ ଯାଚିକାକୁ ଖାରଜ କରି କହିଛନ୍ତି, ସେ ଏବେ ପ୍ରଭାବଶାଳୀ ସ୍ଥିତିରେ ରହିଛନ୍ତି । ତେଣୁ ସେ ପ୍ରମାଣ ନଷ୍ଟ କରିପାରନ୍ତି । ତେଣୁ ଗତ ଶୁଣାଣିରେ ସିବିଆଇ ମନୀଷ ସିସୋଦିଆଙ୍କୁ ଜାମିନ ଆବେଦନ ଯାଚିକାକୁ ବିରୋଧ କରି ୧୧ ମେରେ ଶୁଣାଣିକୁ ସରଂକ୍ଷିତ ରଖିଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ହେବା ଦିନରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ । ତେବେ ମନୀଷ ସିସୋଦିଆଙ୍କ ଓକିଲ ନ୍ୟାୟିକ ହେପାଜତକୁ ଯିବା ସମୟରେ ଚଷମା, ଡାଏରୀ, ପେନ ଏବଂ ଗୀତା ନେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ । ଆଉ କୋର୍ଟ ତାଙ୍କ ଅନୁମତିକୁ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.