ବିବାହ ପୂର୍ବରୁ ଅସୁସ୍ଥତା ଲୁଚାଇବା ଏକ ଜାଲିଆତି, ଭାଙ୍ଗିଯାଇପାରେ ବିବାହ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଭାରତରେ ବିବାହ ପରମ୍ପରାକୁ ଅଧିକ ସମ୍ମାନ ଦିଆଯାଏ। ଆମେ ଏପରି ଏକ ରାଷ୍ଟ୍ରରେ ଅଛୁ ଯାହା ବିବାହର ଦୃଢ ମୂଳଦୁଆ ପାଇଁ ଗର୍ବ କରୁ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କୋର୍ଟ ଏକ ମାମଲାର ସାମଧାନ କରିବାକୁ ଯାଇ କହିଛନ୍ତି ଯେ, ବିବାହ ସମ୍ବନ୍ଧ ଗଢ଼ିଉଠିବା ପୂର୍ବରୁ କୌଣସି ପକ୍ଷରୁ ରୋଗବ୍ୟାଧିକୁ ଲୁଚାଇବା ଧୋକା ହୋଇଥାଏ ଓ ଏହି କାରଣରୁ ବିବାହ ଭାଙ୍ଗି ଯାଇପାରେ । ଏକ ପାରିବାରିକ କୋର୍ଟର ରାୟକୁ ରଦ୍ଦ କରି ଦିଲ୍ଲୀ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ବିବାହକୁ ଖାରଜ କରିବାକୁ ଆଦେଶ ଜାରି କରିଛନ୍ତି ।

ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ଜସ୍ମିତ ସିଂଙ୍କ ଏକ ବେଞ୍ଚ ଏହି ବିବାହକୁ ରଦ୍ଦ କରି କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ, ଏହା ସେମାନଙ୍କର ଦୋଷ ନୁହେଁ। ଏହି ମାମଲାରେ ଯୁବତୀ ଜଣକ ଅସୁସ୍ଥ ଥିଲେ । ତାଙ୍କ ଚିକିତ୍ସା ଜାରି ରହିଥିଲା । ଅଦାଲତ କହିଛନ୍ତି ଯେ, ମହିଳା ସ୍ୱୀକାର କରିଛନ୍ତି ଯେ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେଉଥିଲା ଓ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା ।

ହାଇକୋର୍ଟ କହିଛନ୍ତି ଯେ, ମୁଣ୍ଡବିନ୍ଧା ହେବା କୌଣସି ରୋଗ ନୁହେଁ । ଏହା ଏକ ରୋଗର ଲକ୍ଷଣ । ମହିଳା ଜଣକ କହିନଥିଲେ ଯେ, ତାଙ୍କର କେଉଁ କାରଣରୁ ଲଗାତର ଭାବରେ ଓ ଗମ୍ଭୀର ରୂପେ ମୁଣ୍ଡବିନ୍ଧା ହେଉଛି । ଯେଉଁଥିପାଇଁ ପାଠ ପଢ଼ା ଛାଡ଼ିବାକୁ ପଡ଼ିଲା । ପୀଠ କହିଛନ୍ତି ଯେ, ମାନସିକ ବିକାର ଦ୍ୱାରା ପୀଡ଼ିତଙ୍କ ଶିଶୁ ଉପରେ ଏହାର ପ୍ରଭାବ ପଡ଼ିପାରେ । ବିବାହର ପ୍ରାୟ ନଅ ସପ୍ତାହ ପରେ ତାଙ୍କ ପିତା ତାଙ୍କୁ ତାଙ୍କ ଘରକୁ ନେଇଗଲେ।

ଏହି ପ୍ରକ୍ରିୟାରେ ଦୁର୍ଭାଗ୍ୟବଶତଃ ଆବେଦନକାରୀ ସ୍ୱାମୀଙ୍କ ଜୀବନ ନଷ୍ଟ ହୋଇଯାଇଛି ଏବଂ ସେ ୧୬ ବର୍ଷ ପର୍ଯ୍ୟନ୍ତ କୌଣସି ରିଜୋଲ୍ୟୁସନ୍ ବିନା ଏହି ସମ୍ପର୍କରେ ରହିଛନ୍ତି ବୋଲି ବେଞ୍ଚ କହିଛନ୍ତି। ତାଙ୍କ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବର୍ଷରେ ଯେତେବେଳେ ଆବେଦନକାରୀ ବୈବାହିକ ସୁଖ ଏବଂ ସନ୍ତୋଷ ଉପଭୋଗ କରିଥିଲେ, କେବଳ ମହିଳାଙ୍କ ଦ୍ୱାରା ନୁହେଁ ବରଂ ତାଙ୍କ ପିତାଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରତିବନ୍ଧକ ହେତୁ ତାଙ୍କୁ କଷ୍ଟ ଭୋଗିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ମହିଳାଙ୍କ କଥାକୁ ପ୍ରତ୍ୟାଖ୍ୟାନ କରି ସେମାନେ ତାଙ୍କ କ୍ଷତିପୂରଣ ହିସାବରେ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମହିଳାଙ୍କ ସ୍ୱାମୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନରେ ସେ କହିଛନ୍ତି ଯେ, ତାଙ୍କ ବିବାହ ୨୦୦୫ ଡିସେମ୍ବର ୧୦ ତାରିଖରେ ହୋଇଥିଲା । ତାଙ୍କ ଶ୍ୱଶୁର ଘର ପକ୍ଷରୁ ମହିଳାଙ୍କ ରୋଗ ସମ୍ପର୍କରେ ଲୁଚାଇ ରଖି ଧୋକା ଦେଇଥିଲେ । ମହିଳା ଜଣକ ବିବାହ ପୂର୍ବରୁ ଓ ପରେ ଆକ୍ୟୁଟ ସିଜୋଫ୍ରୋନିଆରେ ପୀଡ଼ିତ ଥିଲେ । ତେଣୁ ମହିଳା ଜଣକ ବିବାହ ପରେ ଘରେ ଓ ବାସର ରାତିରେ ଅସାମାନ୍ୟ ବ୍ୟବହାର କରିଥିଲେ । ଏହିପରି କିଛି ଚାଲିବା ପରେ ଡାକ୍ତରଙ୍କୁ ଦେଖାଇବାରୁ କଥା ସାମନାକୁ ଆସିଥିଲା ।