ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା, ଜାମିନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଝଟକା । କେଜ୍ରିଓ୍ଵାଲଙ୍କ ଜାମିନ ଯାଚିକାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଣି ହେବା ପର୍ଯ୍ୟନ୍ତ ନିମ୍ନ ଅଦାଲତ ଆଦେଶ ଉପରେ ରୋକ୍‌ ଲଗାଇଛନ୍ତି । ହାଇକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ କେଜ୍ରିଓ୍ଵାଲ ତିହାର ଜେଲରେ ରହିବେ ।

ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜି୍ରଓ୍ଵାଲ ଜାମିନ ବିରୋଧରେ ଇଡି ଦେଇଥିବା ଯାଚିକାର ତତ୍‌କାଳ ଶୁଣାଣି କରିବା ପାଇଁ ଅନୁମତି ଦେଇଥିଲେ । ହାଇକୋର୍ଟ କହିଛନ୍ତି, ଏପର୍ଯ୍ୟନ୍ତ ଆମେ ଏହି ମାମଲାରେ ଶୁଣାଣି ନ କରିଛୁ, ସେପର୍ଯ୍ୟନ୍ତ ନିମ୍ନ ଅଦାଲତ ଆଦେଶ ଲାଗୁ ହେବ ନାହିଁ ।

ଇଡି ହାଇକୋର୍ଟରେ ଦେଇଥିବା ଯାଚିକା ଦାୟର କରି କହିଥିଲା କି, ନିମ୍ନ ଅଦାଲତରେ ଆମ କଥା ରଖିବାର ସୁଯୋଗ ମିଳିନଥିଲା ।

ସୂଚନାଯୋଗ୍ୟ, ନିମ୍ନ ଅଦାଲତ ଗୁରୁବାର ୨୦ ଜୁନରେ କେଜ୍ରିଓ୍ଵାଲଙ୍କ ଜାମିନକୁ ମଞ୍ଜୁର କରିଥିଲେ । ନୂଆଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏକ ଲକ୍ଷ ଟଙ୍କାର ଜାମିନ ବଣ୍ଡ ବଦଳରେ ବେଲ ପ୍ରଦାନ କରିଥିଲେ । ଦିଲ୍ଲୀ ମଦ ନୀତି ପ୍ରଣୟନରେ ହୋଇଥିବା ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା । ଲୋକସଭା ନିର୍ବାଚନ ବେଳେ ପ୍ରଚାର ପାଇଁ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ମେ ୧୦ ତାରିଖରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ ୨ ତାରିଖରେ କେଜ୍ରିୱାଲ ଆତ୍ମସମର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like