ଦେଶ ବିଦେଶ

ସ୍ମୃତି ଇରାନୀଙ୍କ ଝିଅ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା କଂଗ୍ରେସ ନେତାଙ୍କୁ ପଡିଲା ମହଙ୍ଗା, ସମନ ଜାରି କଲେ କୋର୍ଟ

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା କଂଗ୍ରେସ ନେତାଙ୍କୁ ମହଙ୍ଗା ପଡିଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଏବଂ ନେଟ୍ଟା ଡିସୁଜାଙ୍କୁ ସ୍ମୃତି ଇରାନୀଙ୍କ ଦ୍ଵାରା ଦାଖଲ ଏକ ଦେଓ୍ଵାନୀ ମାନହାନୀ ମକଦ୍ଦମାରେ ସମନ ଜାରି କରିଛନ୍ତି। ମାନହାନୀ ମକଦ୍ଦମାରେ ତାଙ୍କ ଝିଅ ବିରୋଧରେ ଭିତ୍ତିହୀନ ଆରୋପ ଲଗାଇବା ପାଇଁ ୨ କୋଟିରୁ ଅଧିକ କ୍ଷତିପୂରଣ ଦାବି କରାଯାଇଛି। ଏହାକୁ ନେଇ ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ କରାଯାଇଥିବା ଟିପ୍ପଣୀକୁ ହଟାଇବା ପାଇଁ କୁହାଯାଇଛି।

ବିଚାରପତି ମିନି ପୁଷ୍କର୍ଣ୍ଣଙ୍କ ପୀଠ କଂଗ୍ରେସର ତିନି ନେତାଙ୍କୁ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କରିଥିବା ଟୁଇଟ୍, ରିଟୁଇଟ୍, ପୋଷ୍ଟ, ଭିଡିଓ ଏବଂ ଫଟୋ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ଯଦି କଂଗ୍ରେସର ନେତା ୨୪ ଘଣ୍ଟା ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶର ପାଳନ ନକରନ୍ତି ତେବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟୁଇଟର, ଫେସବୁକ ଏବଂ ୟୁଟ୍ୟୁବରେ ଅପଲୋଡ୍ ସମସ୍ତ ପୋଷ୍ଟ ହଟାଇ ଦିଆଯିବ। କଂଗ୍ରେସ ନେତା ଅଭିଯୋଗ ଆଣିଥିଲେ ଯେ, ସ୍ମୃତି ଇରାନୀଙ୍କ ୧୮ ବର୍ଷୀୟ ଝିଅ ବେଆଇନ ଭାବେ ଏକ ବାର ଚଲାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀଘ୍ର ସ୍ମୃତି ଇରାନୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଥିଲେ।

ସ୍ମୃତି ଇରାନୀ କଂଗ୍ରେସ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟର ଜବାବରେ କହିଥିଲେ ଯେ, ମୋ ଝିଅ ରାଜନୀତି କରେ ନାହିଁ। ସେ ଜଣେ କଲେଜ୍ ପଢୁଆ ଝିଅ। ସେ ବାର ଚଲାଏ ନାହିଁ। କଂଗ୍ରେସ ନେତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। କଂଗ୍ରେସ ନେତା ଆରଟିଆଇ ଆଧାରରେ ମୋ ଝିଅ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଆଉ ଯେଉଁ ଆରଟିଆଇ ଆଧାରରେ ଏହାକୁ କୁହାଯାଇଛି, ସେହି ଆରଟିଆଇରେ ମୋ ଝିଅର ନାମ ନାହିଁ ବୋଲି ସ୍ମୃତି ଇରାନୀ କହିଛନ୍ତି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago