ଦେଶ ବିଦେଶ

ଦିଲ୍ଲୀ: IGI ବିମାନ ବନ୍ଦରକୁ ବମରେ ଉଡାଇ ଦେବାକୁ ମିଳିଛି ଧମକ, ଅଲ କାଏଦା ଆତଙ୍କୀ ପୋଲିସକୁ ପଠାଇଲା ମେଲ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରକୁ ବମରେ ଉଡାଇ ଦେବାକୁ ଆତଙ୍କବାଦୀ ମାନେ ଧମକ ଦେଇଛନ୍ତି। ପୋଲିସ ପାଖକୁ ଏପରି ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଦ୍ୱିଗୁଣ ଭାବେ କରିଦିଆଯାଇଛି । ଇମେଲରେ ଆତଙ୍କବାଦୀ ସଂଗଠନ ଅଲ କାଏଦା ଦ୍ୱାରା ବିମାନବନ୍ଦର ଉପରେ ଆଗାମୀ କିଛି ଦିନ ମଧ୍ୟରେ ଆକ୍ରମଣ କରିବା ନେଇ ଉଲ୍ଲେଖ କରାଯାଇଛି ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏହି ଇମେଲ୍ ଆସିଥିଲା । ଏଥିରେ ଲେଖାଯାଇଥିଲା, “କରନବିୀର ସୁରୀ ଓରଫ୍ ମହମ୍ମଦ୍ ଜଲାଲ୍ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରା ଓରଫ୍ ହସୀନା ସିଙ୍ଗପୁରରୁ ଭାରତ ଆସୁଛନ୍ତି । ସେମାନେ ଏୟାରପୋର୍ଟରେ ୧ରୁ ୩ ଦିନ ମଧ୍ୟରେ ବମ୍ ରଖିବା ନେଇ ଷଡଯନ୍ତ୍ର କରୁଛନ୍ତି” । ଏହି ଧମକପୁର୍ଣ୍ଣ ଇମେଲ୍ ପାଇବା ପରଠାରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ତେବେ ଯାଞ୍ଚ ପରେ ଏହି ଧମକ “ନିର୍ଦ୍ଦିଷ୍ଟ” ବୋଲି ଜଣାପଡିଛି । ବିମାନ ବନ୍ଦରରୁ ବମ୍ ଥ୍ରେସ୍ ଆସେସମେଣ୍ଟ କମିଟି (ବିଟିସି) ରଦ୍ଦ କରାଯାଇଥିଲା । ଏଥିସହ ଅତିରିକ୍ତ ସତର୍କ ସୂଚନା ଜାରି କରାଯାଇଛି ଆଇଜି ବିମାନ ବନ୍ଦରରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି । ଏହି ଧମକପୂର୍ଣ୍ଣ ଇମେଲ୍ india.212@protonmail.com ରୁ ଆସିଛି ।

ପୋଲିସ କହିବା ମୁତାବକ, ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ୨୧ ତାରିଖରେ ଏଭଳି ହିଁ ଧମକ ପୂର୍ଣ୍ଣ ମେଲ୍‌ ଆସିଥିଲା। ଏଥିରେ କରଣବୀର ଏବଂ ଶୈଲୀଙ୍କୁ ଆଇଏସଆଇଏସ୍‌ର ସଦସ୍ୟ ବୋଲି କୁହାଯାଇଥିଲା। ସେଥିରେ ମଧ୍ୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏଦୁହେଁ ଭାରତ ଆସି ବିମାନ ବନ୍ଦରରେ ବୋମା ମାଡ କରିବାକୁ ଷଡଯନ୍ତ୍ର କରୁଥିବା ନେଇ ଲେଖା ହୋଇଥିଲା।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago