ଇସ୍ରାଏଲ-ଇରାନ ଯୁଦ୍ଧ ଆଶଙ୍କା ! ଦିଲ୍ଲୀରେ ଇସ୍ରାଏଲ ଦୂତାବାସର ବଢିଲା ସୁରକ୍ଷା

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଘନଉଛି । ଇରାନ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

୨୦୨୧ରେ ଦିଲ୍ଲୀର ଲୁଟିୟନ୍ସ ଅଞ୍ଚଳ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସ୍ଥଳରେ ଏକ ଲଫାଫା ମିଳିଥିଲା । ଏଥିରେ ଇସ୍ରାଏଲ ଦୂତାବାସ ଠିକଣା ଲେଖାଥିଲା । ଚଳିତବର୍ଷ ମଧ୍ୟ ଇସ୍ରାଏଲ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଏଭ ଅଭଦ୍ର ଭାଷାରେ ଚିଠି ମଧ୍ୟ ମିଳିଥିଲା ।

ତେବେ ମଧ୍ୟ ପୂର୍ବ ଏବଂ ପଶ୍ଚିମ ଏସିଆରେ ପରିସ୍ଥିତି ଦେଖି ଭାରତ ସରକାର ନାଗରିକଙ୍କୁ ଇରାନ ଯାତ୍ରା ଉପରେ ବାରଣ କରିଛନ୍ତି । ଯଦି ଗୁରୁତ୍ୱପୂର୍ଣ୍ଣ କାମ ନାହିଁ, ତେବେ ଇରାନ ଯାଆନ୍ତୁ ନାହିଁ ବୋଲି କୁହାଯାଇଛି । ଭାରତୀୟ ନାଗରିକଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି । ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ଅନାବଶ୍ୟକ ଯାତ୍ରାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like