୧ ଟଙ୍କା ଟ୍ୟାକ୍ସ ବିବାଦ ପାଇଁ ଦେବାକୁ ପଡ଼ିଲା ୫୦ ହଜାର, ବିଶ୍ୱାସ ହେଉନଥିଲେ ବି ସତ

ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍‌ ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଛି । ଏପରି ପରିସ୍ଥିତିରେ ସମସ୍ତ ଆୟକରଦାତାମାନେ ITR ଦାଖଲ କରିବାକୁ CA ବା ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସାହାଯ୍ୟ ନେଉଛନ୍ତି । କାରଣ ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିବା ସମୟରେ ଗୋଟିଏ ଛୋଟ ଭୁଲ କଲେ ଆପଣଙ୍କୁ ନିକଟକୁ ଆୟକର ବିଭାଗ ତରଫରୁ ନୋଟିସ୍‌ ଆସିପାରେ । ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ଏଭଳି ଏକ ନୋଟିସ୍‌ । ଖାଲି ନୋଟିସ ଆସିଛି ତାହା ନୁହେଁ ମାତ୍ର ୧ ଟଙ୍କା ବିବାଦର ସମାଧାନ ପାଇଁ ତାଙ୍କୁ ୫୦,୦୦୦ ଟଙ୍କା ଫିସ୍‌ ଦେବାକୁ ପଡ଼ିଛି । ମାତ୍ର ଟଙ୍କାଟେ ପାଇଁ ୫୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିବା କଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ଏଭଳି କିଛି ସତରେ ହୋଇଛି । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।

ଦିଲ୍ଲୀର ଜଣେ ବାସିନ୍ଦାଙ୍କୁ ସାମାନ୍ୟ ୧ ଟଙ୍କାର ଟ୍ୟାକ୍ସ ବିବାଦ ପାଇଁ ୫୦,୦୦୦ ଟଙ୍କାର ଫିସ୍‌ ଦେବାକୁ ପଡ଼ିଛି । ଏଭଳି ଘଟଣାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ୧ ଟଙ୍କା ଟ୍ୟାକ୍ସ ବିବାଦର ସମାଧାନ ପାଇଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଟକୁ ୫୦, ୦୦୦ ଟଙ୍କା ଦେଇଛନ୍ତି । ଅପୂର୍ବ ଜୈନ ନାମକ ଜଣେ ବ୍ୟକ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟକୁ ୧ ଟଙ୍କା ଟ୍ୟାକ୍ସ ବିବାଦର ସମାଧାନ ପାଇଁ ୫୦, ୦୦୦ ଦେଇଥିବା କହିଛନ୍ତି ।

ଏହି ଘଟଣାକୁ ଦେଖିଲେ ଭାରତରେ ଟ୍ୟାକ୍ସ ସିଷ୍ଟମ କିପରି ରହିଛି ତାହା ଜଣାପଡ଼ୁଛି । ଅପୂର୍ବ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ମୋତେ ନିକଟରେ ଇନକମ୍‌ ଟ୍ୟାକ୍ସର ଏକ ନୋଟିସ୍‌ ଆସିଥିଲା । ଯାହାକୁ ଦେଖିବା ପରେ ମୋତେ ବି ଆଶ୍ଚର୍ଯ୍ୟ ଲାଗିଥିଲା । ଏଥିରେ ବିବାଦର ମୂଲ୍ୟ ମାତ୍ର ୧ ଟଙ୍କା ଥିଲା । ଏହାର ସମାଧାନ ପାଇଁ ମୋତେ CA କୁ ୫୦,୦୦୦ ଟଙ୍କା ଦେବାକୁ ପଡିଛି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଘଟଣା ବିଷୟରେ ଜାଣିବା ପରେ ବିଭିନ୍ନ ପ୍ରତିକ୍ରିଆ ଦେଉଛନ୍ତି ।

ତେବେ ଅପୂର୍ବଙ୍କ ଏହି ଦାବି କେତେ ସତ କେତେ ମିଛ ତାହା ତ ଆମକୁ ଜଣା ନାହିଁ । କିନ୍ତୁ ଏହି ସମୟରେ ଆୟକର ବିଭାଗ ଟ୍ୟାକ୍ସ ଦେବାକୁ ଥିବା ଲୋକଙ୍କ ପାଇଁ କଡା ଚେତାବନୀ ଦେଇଛି । ଟଙ୍କା ସଞ୍ଚୟ କରିବାକୁ ମିଛ ଦାବି ସହିତ ରିଟର୍ଣ୍ଣ ଫାଇଲ୍‌ ନକରିବାକୁ ବିଭାଗ କହିଛି । ଯଦି ଏଭଳି କିଛି କରି କେହି ବି ଧରା ପଡ଼ନ୍ତି ତେବେ ଏହାର ପରିଣାମ ଗମ୍ଭୀର ହେବ । ଦୋଷୀକୁ ଜରିମାନା ଦେବାକୁ ହେବ ଏବଂ ଜେଲ ମଧ୍ୟ ଯିବାକୁ ପଡିପାରେ ।

 

Leave A Reply

Your email address will not be published.