ଦିଲ୍ଲୀରେ ପୁଣି ଫେରିବ ଅଡ୍‌-ଇଭିନ୍‌, ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ କୃତ୍ରିମ ବର୍ଷା !

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଶୀତକାଳୀନ ଆକ୍ସନ ପ୍ଲାନ୍‌ ଘୋଷଣା କରିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ । ରାଜଧାନୀ ଦିଲ୍ଲୀରେ ଶୀତଦିନେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ଲାଗୁ କରାଯିବ ।

ଗୋପାଳ ରାୟ କହିଛନ୍ତି ଯେ ‘ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ଆଖପାଖ ରାଜ୍ୟ ଏବଂ କେନ୍ଦ୍ର ସରକାର ମିିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ୨୦୧୬ରୁ ୨୦୨୩ ମଧ୍ୟରେ ବାୟୁ ପ୍ରଦୂଷଣରେ ୩୪.୬ ପ୍ରତିଶତ ହ୍ରାସ ଘଟିଛି । ଦିଲ୍ଲୀରେ ବୃକ୍ଷରୋପଣ ଭଳି ଦୀର୍ଘକାଳୀନ ଯୋଜନା ବାୟୁ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହୋଇଛି’ ।

ଗୋପାଳ ରାୟ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀ ସରକାର ଅଡ୍‌-ଇଭିନ୍‌ ପାଇଁ ପ୍ରସ୍ତୁତ ହେଉଛି । ଏହି ପ୍ଲାନ୍‌ କେବଳ ଜରୁରୀକାଳୀନ ପଦପେକ୍ଷ ଭାବରେ କାର୍ଯ୍ୟକାରୀ ହେବ ।

ସେ କହିଛନ୍ତି, ଆମେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଚିଠି ଲେଖି ଶୀତଦିନେ କୃତ୍ରିମ ବର୍ଷା କରାଇବାକୁ ଅନୁମତି ମାଗିଛୁ । ନଭେମ୍ବର ୧ରୁ ୧୫ ମଧ୍ୟରେ ଆମେ କୃତ୍ରିମ ବର୍ଷା ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଛୁ । କାରଣ, ଦୀପାବଳି ପରେ ଏବଂ ନଡ଼ା ଜଳାଯିବା କାରଣରୁ ପ୍ରଦୂଷଣ ସ୍ତର ସର୍ବାଧିକ ରହିବାର ଆଶଙ୍କା ରହିଛି । ଦିଲ୍ଲୀ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଏ ପର୍ଯ୍ୟନ୍ତ ଚିଠିର ଜବାବ ଦେଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like