୧୦ ବର୍ଷ ପରେ ଦିଲ୍ଲୀରେ ସବୁଠୁ ଅଧିକ ଥଣ୍ଡା, ଅରେଞ୍ଜ୍ ଓ ୟେଲୋ ୱାର୍ଣିଂ ଜାରି

ବର୍ତ୍ତମାନ ରାଜ୍ୟରେ ଶୀତ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଏହା ଛଡ଼ା ଯଦି ରାଜଧାନୀ ଦିଲ୍ଲୀ କଥା କୁହାଯାଏ ତେବେ ଗତ ଶନିବାର ଦିନ ଏଠାରେ ଅଧିକ ଶୀତ ଅନୁଭୁତ ହୋଇଥିଲା। ଗତକାଲି, ବିଗତ ଦଶ ବର୍ଷର ସବୁଠାରୁ ଅଧିକ ଶୀତ ଦିନ ଥିଲା । ତେବେ ଆଜି ରବିବାର ଦିନ ସର୍ବାଧିକ ତାପମାତ୍ରା ୧୪ ଏବଂ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି। ଆଜି ମଧ୍ୟ ଏଠାରେ ଅଧିକ ଥଣ୍ଡା ରହିଛି ।

ଶନିବାର ଦିନ ଦିଲ୍ଲୀ-ଏନସିଆରରେ ସକାଳେ ଘନ କୁହୁଡ଼ି ଏବଂ ମେଘୁଆ ପାଗ ଥିଲା। ସନ୍ଧ୍ୟାରେ ଅଧିକ ଥଣ୍ଡା ପବନ ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାନୁଆରୀ ୨୧ରେ ଦିଲ୍ଲୀ-ଏନସିଆରରେ ହାଲୁକା ବର୍ଷା ହୋଇପାରେ ବୋଲି ଜଣାପଡିଛି। ଏଥି ସହିତ, ଆସନ୍ତା ସପ୍ତାହରୁ ଥଣ୍ଡା ହ୍ରାସ ହେବାର ସମ୍ଭାବନା ଅଛି । ଶନିବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୬.୧ ଡିଗ୍ରୀ ରେକର୍ଡ କରାଯାଇଥିଲା ଏବଂ ସର୍ବାଧିକ ତାପମାତ୍ରା ୧୪.୮ ଡିଗ୍ରୀ ସେଲସିୟସ ରହିଥିଲା। ଏହାପୂର୍ବରୁ ଡିସେମ୍ବର ୧୯ରେ ସର୍ବାଧିକ ସ୍ୱାଭାବିକଠାରୁ ୪.୭ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଶୁକ୍ରବାର ଦିନ ମଧ୍ୟ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ପାଞ୍ଚ ଡିଗ୍ରୀ ତଳେ ରହିଥିଲା।
ଦିଲ୍ଲୀରେ ଆଜି ଅର୍ଥାତ୍ ରବିବାର ଦିନ ସର୍ବାଧିକ ତାପମାତ୍ରା ୧୪ ଏବଂ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ଅଛି ରହିଛି । ଆଜି ରାତିରେ ଶୀତ ବଢିବ, ଅର୍ଥାତ୍ ଆଜି ଦିଲ୍ଲୀରେ ଅତ୍ୟଧିକ ଥଣ୍ଡା ହେବାର ଆଶଙ୍କା ରହିଛି । ସୂଚନାନୁସାରେ,ଦିଲ୍ଲୀ-ଏନସିଆରରେ ବହୁତ ଖରାପ ଏୟାର କଣ୍ଡିସନ୍ ରହିଛି।
ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ, ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଆଜି ଅତ୍ୟନ୍ତ ୩୨୪ ରହିଛି, ଯାହାକି ଖରାପ ଏୟାର କ୍ୱାଲିଟି। ତେବେ ଏଥିପାଇଁ ମଧ୍ୟ ଅଧିକ ଶୀତ ହେବାରେ ଆଶଙ୍କା ରହିଛି ତେଣୁ ଦିଲ୍ଲୀରେ ଆରେଞ୍ଜ୍ ୱାର୍ଣିଙ୍ଗ ଓ ଆସନ୍ତା କାଲି ୟେଲୋ ୱାର୍ଣିଙ୍ଗ ଜାରି କରାଯାଇଛି।