ଦେଶ ବିଦେଶ

ଏକାଠି ଫେରାର ହେବାର ଥିଲା ପ୍ଲାନ୍‌, ହେଲେ କାରରେ ତଣ୍ଟିଚିପି ମାରିବା ପରେ ପ୍ରେମିକାର ମୃତଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ପ୍ରେମିକ

ଦିଲ୍ଲୀରେ ପୁଣି ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟାକାଣ୍ଡ । ପ୍ରେମିକାକୁ ମାରି ଢାବାରେ ଥିବା ଫ୍ରିଜରେ ରଖିଥିଲା ପ୍ରେମିକ ।ଏକାଠି ଫେରାର ହେବା ନହେଲେ ଆତ୍ମହତ୍ୟା କରିବାର ଥିଲା ପ୍ଲାନ୍‌ । ହେଲେ ଶେଷରେ ଧୋକା ଦେଇ ପ୍ରେମିକର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ଆଉ ଉଭୟ ଥିଲେ ଲିଭ୍‌ ଇନ ପାର୍ଟନର । ନଜଫଗଡ଼ ଉପକଣ୍ଠସ୍ଥ ଏକ ଗାଁରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ବିବାହର ଗୋଟେ ଦିନ ପୂର୍ବରୁ ପ୍ରେମିକାକୁ ମାରିବା ପରେ ଅଭିଯୁକ୍ତ ଜଣକ ମୃତଦେହକୁ ଫ୍ରିଜରେ ରଖିଥିଲା। ଆଉ ଅନ୍ୟତ୍ର ବିବାହ କରିଥିଲା ଅଭିଯୁକ୍ତ । ପ୍ରେମିକାକୁ ହତ୍ୟା କରିବା ପରେ ୪/୫ ଦିନ ଫ୍ରିଜରେ ରଖିଥିଲା ।

ସୂଚନାଯୋଗ୍ୟ, ମୃତ ମହିଳାଙ୍କ ନାଁ ନିକି ଯାଦବ । ଅଭିଯୁକ୍ତ ପ୍ରେମିକର ନାଁ ସାହିଲ ଗେହଲଟ। ମୋବାଇଲର ଡାଟା କେବୁଲରେ ତଣ୍ଟି ଚିପି ହତ୍ୟା କରିବା ପରେ ଫ୍ରିଜରେ ମୃତଦେହ ଲୁଚାଇ ରଖିଥିଲା। ଫେବ୍ରୁଆରୀ ୯-୧୦ ତାରିଖ ରାତିରେ ଘଟିଥିଲା ହତ୍ୟାକାଣ୍ଡ। ଢାବା ଫ୍ରିଜ ଭିତରୁ ମହିଳାଙ୍କ ଶବ ଜବତ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ମୃତ ନିକିଙ୍କ ଘର ହରିଆଣାରେ । ମିତ୍ରାଓଁ ଗାଁରେ ସାହିଲର ଘର। ୨୦୧୮ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଉଭୟ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ବିବାହକୁ ନେଇ ବିବାଦରୁ ହତ୍ୟାକାଣ୍ଡ ଘଟିଛି। ସାହିଲକୁ ଅନ୍ୟତ୍ର ବିବାହ କରିବାକୁ ତାଙ୍କ ପରିବାର ଲୋକ ଚାପ ପକାଇଥିଲେ। ଗତ ୧୦ ତାରିଖରେ ସାହିଲର ବିବାହ ଅନ୍ୟ ସ୍ଥାନରେ ଚୂଡ଼ାନ୍ତ ହୋଇଥିଲା। ଏକଥା ନିକି ଜାଣିବା ପରେ ଉଭୟଙ୍କ ଭିତରେ ଯୁକ୍ତତର୍କ ହୋଇଥିଲା। ଆଉ ରାଗରେ ନିକିକୁ ହତ୍ୟା କରିଥିଲା ସାହିଲ ।

ସୂଚନାଯୋଗ୍ୟ, ୨୦୧୮ରେ ସାହିଲ ଦିଲ୍ଲୀର ଉତ୍ତମ ନଗରରେ SSC ପରୀକ୍ଷା ଦେବାକୁ ଯାଇଥିବା ବେଳେ ନିକିଙ୍କ ସହିତ ଦେଖାହୋଇଥିଲା । ଦୁହେଁ ଗୋଟେ ବସ୍‌ରେ ସବୁଦିନ କୋଚିଂ ନେବାକୁ ଯାଉଥିଲେ। ସେଠାରୁ ଦୁହିଁଙ୍କର ବନ୍ଧୁତା ଏବଂ ପରେ ସଂପର୍କ ପ୍ରେମରେ ପରିଣତ ହୋଇଥିଲା । ତା’ ଦୁହେଁ ଗୋଟେ କଲେଜରେ ମଧ୍ୟ ପଢିଲେ । ଏହାପରେ ଦୁହେଁ ଲିଭ ଇନରେ ରହି ମନାଲୀ, ରିଷିକେଶ, ହରିଦ୍ୱାର, ଡେରାଡୁନ ଭଳି ସ୍ଥାନ ସାଙ୍ଗ ହୋଇ ବୁଲିବାକୁ ମଧ୍ୟ ଯାଇଥିଲେ ।

କରୋନା ଲକଡାଉନ ସମୟରେ ଦୁହେଁ ନିଜ ନିଜ ଘରକୁ ଚାଲିଯାଇଥିଲେ । ତା’ ପରେ ଫେରିବା ପରେ ଲିଭ ଇନ୍‌ରେ ରହିଲେ । ସାହିଲ ତାଙ୍କ ଘରେ ଏ ସଂପର୍କ ବିଷୟରେ କିଛି କହିନଥିଲେ । ତେଣୁ ଘର ଲୋକ ସାହିଲଙ୍କ ଉପରେ ବିବାହ ପାଇଁ ଚାପ ପକାଉଥିଲେ । ସାହିଲ ମଧ୍ୟ ଘରେ ଅନ୍ୟତ୍ର ବାହା ହେବା ପାଇଁ ହଁ କରିଥିଲେ । ତେଣୁ ସାହିଲଙ୍କ ନିର୍ବନ୍ଧ ୯ ଫେବୃଆରୀରେ ହୋଇଥିବା ବେଳେ ବିବାହ ୧୦ ତାରିଖରେ ହେବାର ଥିଲା ।

ପ୍ରେମିକା ନିକି ସାହିଲଙ୍କ ବିବାହ ବିଷୟରେ ଜାରିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିବାହ ପୂର୍ବରୁ ଦୁହେଁ ଫେରାର ହୋଇଯିବେ କିମ୍ବା ଆତ୍ମହତ୍ୟା କରିବେ ବୋଲି ସ୍ଥିର କରିଥିଲେ । ନିର୍ବନ୍ଧ ସରିବା ପରେ ସାହିଲ ନିକିକୁ ଡାକି କାରରେ ନେଇଥିଲେ। ଦୁହିଁଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା। ଆଉ ଏହା ପରେ ସାହିଲ ନିକିକୁ ମୋବାଇଲ କେବୁଲରେ ତଣ୍ଟି ଚିପି ମାରିବା ପରେ ମୃତଦେହକୁ କାଟି ଢାବା ଫ୍ରିଜରେ ରଖିଥିଲେ । ନିକିଙ୍କ ଘର ଲୋକ ଝିଅ ନିଖୋଜ ଖବର ଥାନାରେ ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

 

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

28 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

33 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago