ବିଷାକ୍ତ ବାୟୁବଳୟରେ ଥିବା ଦିଲ୍ଲୀ, ଆଜିଠାରୁ ସରକାର ଲାଗୁ କଲେ ଯୁଗ୍ମ-ଅଯୁଗ୍ମ ନିୟମ

ନୂଆଦିଲ୍ଲୀ: ବିଷାକ୍ତ ବାୟୁବଳୟରେ ଥିବା ଦିଲ୍ଲୀ ପାଇଁ ଆଜିଠାରୁ ସରକାର ଲାଗୁ କରିଛନ୍ତି ଯୁଗ୍ମ-ଅଯୁଗ୍ମ ନିୟମ। ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରଦୂଷଣ ପାଇଁ ଦୁର୍ବିସହ ହୋଇପଡ଼ିବା ପରେ ଏହି ନିୟମ ଲାଗୁ କରାଯାଇଛି। ଆଜିଠାରୁ ଆସନ୍ତା ୧୫ ତାରିଖ ପାଇଁ ଏହି ନିୟମ ଲାଗୁ ହେବ। ଏହି ନିୟମ ଦ୍ୱାରା ସହରର ରାସ୍ତାରେ ଗାଡ଼ି କମ ଚଳାଚଳ କରିବା ଫଳରେ ବାୟୁ ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି। ଗାଡ଼ି ନମ୍ବର ଶେଷ ନମ୍ବର ଅନୁସାରେ ଗାଡ଼ି ଚଳାଚଳ କରିବ। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଏହାକୁ କଡ଼ାକଡ଼ି ଭାବେ ପାଳନ ସହ ସଚେତନତା କରିବାକୁ ଦିଲ୍ଲୀ ଟ୍ରାଫିକ ପୋଲିସ ର ୨୦୦ଟିମ, ୫ହଜାର ସ୍ୱେଚ୍ଛାସେବୀ ଓ ଅତିରିକ୍ତ ୫ଶହ ବସ ଚଳାଚଳା କରିବ। ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ପୂର୍ବରୁ ୨୦୧୬ରେ ଦିଲ୍ଲୀ ସରକାର ୨ଥର ଏହି ନିମୟକୁ ଲାଗୁ କରିଥିଲେ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

16 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

17 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

44 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

51 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

58 mins ago