ଦେଶ ବିଦେଶ

ଜି-୨୦ ସମ୍ମିଳନୀ: ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର

ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର। ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି ଚାଲିବ ଜି-୨୦ ଶିଖର ସମ୍ମିଳନୀ। ୧୯ଟି ଦେଶରୁ ନେତାମାନେ ଏଠାକୁ ଆସିବେ। ଏଥିପାଇଁ ସମଗ୍ର ଦିଲ୍ଲୀକୁ ସଜାଯାଇଛି। ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।

ଏହି ସମୟରେ ଦିଲ୍ଲୀବାସୀଙ୍କୁ ମଧ୍ୟ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ଅନଲାଇନ୍ ଡେଲିଭରି ହୋଇପାରିବ ନାହିଁ। ତେଣୁ ଦିଲ୍ଲୀବାସୀ ଜି-୨୦ ଶିଖର ସମ୍ମିଳନୀ ବେଳେ ପିଜ୍ଜା, ବର୍ଗର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅର୍ଡର ଦେଇପାରିବେ ନାହିଁ।

ଦିଲ୍ଲୀ ଟ୍ରାଫିକର ସ୍ପେଶାଲ ପୋଲିସ କମିଶନର ଏସ୍‌.ଏସ୍ ଯାଦବ କହିଛନ୍ତି ଯେ କେବଳ ଡାକ, ମେଡିକାଲ, ଲ୍ୟାବ ଟେଷ୍ଟ୍‍ ପାଇଁ ନମୁନା ନେବା ଭଳି ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଔଷଧ ବ୍ୟତୀତ ସମସ୍ତ ଅନଲାଇନ୍ ଡେଲିଭରି ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ରହିବ। ବାଣିଜ୍ୟିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ।

ପୋଲିସ କମିଶନର ଯାଦବ କହିଛନ୍ତି, ଭିଆଇପି ମୁଭ୍‌ମେଣ୍ଟ୍‌ ଏବଂ ସୁରକ୍ଷା କାରଣରୁ ମେଟ୍ରୋ ଷ୍ଟେସନଗୁଡ଼ିକରେ ୧୦-୧୫ ମିନିଟ୍ ପାଇଁ ଗେଟ୍‌ ବନ୍ଦ ହୋଇପାରେ। କିନ୍ତୁ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଅନ୍ୟ ଷ୍ଟେସନଗୁଡ଼ିକରେ ମେଟ୍ରୋ ସେବା ପ୍ରଭାବିତ ହେବ ନାହିଁ।

ଯାଦବ କହିଛନ୍ତି, ଜିଲ୍ଲା ମଧ୍ୟରେ ହୋଟେଲ, ରେଲେଓ୍ଵ, ବିମାନବନ୍ଦର ଯାଉଥିବା ଯାତ୍ରୀମାନଙ୍କୁ ନିଜର ବୋର୍ଡିଂ ପାସ୍ ଏବଂ ବୁକିଂ ଡକ୍ୟୁମେଣ୍ଟ୍ ଦେଖାଇବା ପରେ ହିଁ ଯିବାକୁ ଅନୁମତି ମିଳିବ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

45 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago