ରୋହିତ୍ ଶେଖର ମର୍ଡର ମିଷ୍ଟ୍ରିର ଖୁଲାସା ପାଇଁ ଏପରି ଟେକନିକ୍ ବ୍ୟବହାର କରିଥିଲା ପୋଲିସ୍, ଅପରାଧୀ ନିଜେ ନିଜେ ସ୍ବୀକାର କରିନେଲା ଅପରାଧ

ରୋହିତ୍ ତିୱାରି ହତ୍ୟାକାଣ୍ଡର ହୋଇଛି ପର୍ଦ୍ଦାଫାସ୍ । ହତ୍ୟାକାରୀ ଆଉ କେହି ନୁହେଁ ବରଂ ଥିଲେ ରୋହିତଙ୍କ ପତ୍ନୀ ଅପୂର୍ବା । ତେବେ ଏହି ହାଇପ୍ରୋଫାଇଲ୍ ମର୍ଡର କେସର ଗଣ୍ଠି ଖୋଲିବା ନଥିଲା ଏତେ ସହଜ । ତେଣୁ ମାମଲାର ପର୍ଦ୍ଦାଫାସ କରିବା ପାଇଁ ପ୍ରଥର ଥର ଅନେକ ପାଇଁ ଅନେକ ପ୍ରକାର ନୂଆ ଟେକନିକ୍ ବ୍ୟବହାର କରାଯାଇଛି । ଆଉ ଯାହାର ଜାଲରେ ଏମିତି ଫସିଗଲେ ଅପୂର୍ବା ଯେ ନିଜ ଅପରାଧ ସ୍ବୀକାର କରିବା ବ୍ୟତୀତ ଆଉ କୌଣସି ରାସ୍ତା ରହିଲା ନାହିଁ ।

ଯାଂଚ ପାଇଁ ରୋହିତଙ୍କ ଘରକୁ ହି ଇନଭେଷ୍ଟିଗେସନ୍ ସେଣ୍ଟର କରିଦେଇଥିଲେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଂଚ୍ । ଏହା ସହ ସମସ୍ତ ଅପରାଧୀଙ୍କୁ ନଜର ବନ୍ଦୀ କରି ପାଂଚ ଦିନ ଯାଏ ପଚରାଉଚରା କରାଯାଇଥିଲା । କେବଳ ସେତିକି ନୁହେଁ ଅପୂର୍ବା ଯେତେବେଳେ ପଚରାଉଚରା ସମୟରେ ନିଜ ଓକିଲାତି ଜ୍ଞାନ ଖେଳିବାକୁ ଚାହିଁଥିଲେ ସେତେବେଳେ ସିବିଆଇ ସିଏଫଏସଏଲ ଟିମର ସାହାଯ୍ୟ ନେଇଥିଲେ ।

ତେବେ କ୍ରାଇମବ୍ରାଂଚର ପ୍ରଥମ ଆଉ ନୂଆ ଯାଂଚ ପ୍ରକ୍ରିୟା ଥିଲା ଏମ୍ସର ପାଂଚ ଜଣ ଡାକ୍ତର ପୋଷ୍ଟମର୍ଟମ କରିଥିଲେ । କିନ୍ତୁ ଏହା ପୂର୍ବରୂ ଯେତେ ହାଇପ୍ରୋଫାଇଲ୍ ମାମଲା ଥିଲା ସବୁଥିରେ ତିନି ଜଣିଆ ଡାକ୍ତର କରିଥାନ୍ତି ପୋଷ୍ଟମର୍ଟମ୍ ।

ଏହା ପରେ କ୍ରାଇମବ୍ରାଂଚର ଅଧିକାରୀ ଯାଂଚ ସମୟର ଟିକି ନିଖି ଖବର ଉପର ଅଧିକାରୀଙ୍କୁ ଦେଇଥିଲେ । ଲମ୍ବା ତଦନ୍ତ ପରେ ମଙ୍ଗଳବାର ରାତିରେ ପୋଲସ୍ ଜାଣିବାକୁ ପାଇଲା ଯେ ରୋହିତଙ୍କ ହତ୍ୟା ଅପୂର୍ବା ହିଁ କରିଛନ୍ତି । ଏହା ପରେ ପ୍ରମାଣ ଅଧାରରେ ବୁଧବାର ଅପୂର୍ବାଙ୍କୁ ଗିରଫ କରିଥିଲା ପୋଲିସ୍ ।

କେମିତି ଉଠିଲା ହତ୍ୟାକାଣ୍ଡରୁ ପରଦା :

ତଦନ୍ତ ପାଇଁ ଯେତେବେଳେ ପୋଲିସ୍ ରୋହିତଙ୍କ ଘରକୁ ଯାଇଥିଲା ସେତେବେଳେ ଅପୂର୍ବା ଘରେ ପସିବାକୁ ବିରୋଧ କରିଥିଲେ । ହେଲେ ପୋଲିସ୍ ଆଗରେ ଫେଲ୍ ମାରିଥିଲେ ଅପୂର୍ବା । ଏହା ପରେ ରୋହିତଙ୍କ ଘରକୁ ସିଲ୍ କରିଥିଲା ପୋଲିସ୍ । ଯାହା ଫଳରେ ଅପୂର୍ବା ପ୍ରମାଣ ନଷ୍ଟ କରିବାର ସୁଯୋଗ ପାଇ ନଥିଲେ । ପ୍ରାଥମିକ ତଦନ୍ତ ପରେ ଏହା ଏକ ହତ୍ୟା ବୋଲି ସ୍ପଷ୍ଟ ହୋଇ ଯାଇଥିଲା । ହେଲେ କିଏ କରିଥିଲା ହତ୍ୟା ଯାହା ପୋଲିସ୍ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ତେଣୁ ପାଂଚ ଦିନ ଯାଏ ଘରର ସମସ୍ତ ସଦସ୍ୟଙ୍କୁ ପଚରଉଚରା କରିଥିଲା ପୋଲିସ୍ । କେତେବେଳେ ସମସ୍ତଙ୍କୁ ଅଲଗା ଅଲଗା ଆଉ କେତେବେଳେ ସମସ୍ତଙ୍କୁ ସାମ୍ନା ସାମ୍ନି ଜେରା କରିଥିଲା ପୋଲିସ୍ ।

ଫିଙ୍ଗର ପ୍ରିଣ୍ଟ ଏବଂ ଡିଏନଏ ଟେଷ୍ଟ ପରେ ସନ୍ଦେହ ଘେରକୁ ଚାଲି ଆସିଥିଲେ ଅପୂର୍ବା । ଏହା ସହ ପଚରା ଉଚରାରେ ସହଯୋଗ କରୁନଥିବାରୁ ସନ୍ଦେହ ସ୍ପଷ୍ଟ ହେବାରେ ଲାଗିଥିଲା । ନିଜର ସମସ୍ତ ପ୍ରକାର ଓକିଲାତି ଜ୍ଞାନ ଲଗାଇବା ପରେ ମଧ୍ୟ ପୋଲିସ୍ ଆଗରେ ହାରିଯାଇଥିଲେ ଅପୂର୍ବା । ଆଉ ଶେଷରେ ନିଜର ଅପରାଧ ସ୍ବୀକାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.