ଆଜି ସଂଧ୍ୟାରେ ସରିବ ପ୍ରଚାର, କ୍ୟାମ୍ପେନ ମଇଦାନରେ ମୋଦି-କେଜ୍ରିୱାଲ ମୁହାଁମୁହିଁ

ଦିଲ୍ଲୀ : ଦିଲ୍ଲୀ ଦଖଲ ପାଇଁ ପ୍ରଚାର ଘମାସାନ।  ଆଜି ସଂଧ୍ୟାରେ ସରିବ ପ୍ରଚାର ଯୁଦ୍ଧ ।  ଶେଷ ଦିନରେ ସବୁ ଦଳ ଭୋଟରଙ୍କୁ ଆପଣାଇବାକୁ ଜୋରଦାର କସରତ ଜାରି ରଖିଛନ୍ତି ।  ପ୍ରତିଶ୍ରୁତି, ସମାଲୋଚନା, ଆରୋପ- ପ୍ରତ୍ୟାରୋପର ପର୍ବ ଦିଲ୍ଲୀ ନିର୍ବାଚନକୁ ସରଗରମ କରିବାରେ ଲାଗିଛି ।  ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପିଏମ ମୋଦି ।

ଏଡିଏ ଶାସିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଡୋର ଟୁ ଡୋର କ୍ୟାମ୍ପେନ ଚଳଛଛନ୍ତି ।  ଗତକାଲି ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଶାସନ କ୍ଷମତାରେ ଥିବା ଆପକୁ ଟାର୍ଗେଟ କରିଥିଲେ ।  ସେପଟେ ବିଜେପିକୁ କାଉଣ୍ଟର ଆଟାକ୍ କରିଛି ଆପ୍ ।  ନିର୍ବାଚନରେ ଜିତିବାକୁ ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି ବୋଲି ଅଭିଯୋଗ କରିଛନ୍ତି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ।

ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଛି ।  ଭୋଟରଙ୍କୁ ଟଙ୍କା ବାଣ୍ଟୁଛି ।  ତେବେ ଟଙ୍କା ନିଅନ୍ତୁ ପଛେ ବିଜେପିକୁ ଭୋଟ ଦିଅନ୍ତୁ ନାହିଁ ବୋଲି ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି କେଜ୍ରିୱାଲ ।  ସେହିପରି ଉଭୟ ଆପ ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।  ଆସନ୍ତା ବୁଧବାର ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ହେବ ।  ୮ ତାରିଖରେ ଭୋଟଗଣି ଓ ନିର୍ବାଚନର ଫଳାଫଳ ଆସିବ ।

Also read: ଦିଲ୍ଲୀ ନିର୍ବାଚନ: ଇସ୍ତଫା ଦେଇଥିବା AAPର ସମସ୍ତ ୮ ବିଧାୟକ ବିଜେପିରେ ମିଶିଲେ