ପ୍ରଦୂଷଣ ରାକ୍ଷସ ଗ୍ରାସ କରୁଛି ଦିଲ୍ଲୀକୁ, ଅତି ପୁରୁଣା ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ଏତେ ଯେ ସେଠାରେ ନିଶ୍ବାସ ନେବା କଷ୍ଟକର ହୋଇପଡ଼ିଛି । ଏହି ସ୍ଥିତିକୁ ଦେଖି ସୁପ୍ରିମ କୋର୍ଟ ଦିଲ୍ଲୀ-ଏନସିଆରରେ ଚଳାଚଳ କରୁଥିବା ୧୫ ବର୍ଷର ପୁରୁଣା ପେଟ୍ରୋଲ ଏବଂ ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ି ଉପରେ କଟକଣା ଲଗାଇଛନ୍ତି । ଏଭଳି ଗାଡ଼ି ଚଳାଚଳ କରୁଥିବା ଦେଖିବା ମାତ୍ରେ ଏହାକୁ ଜବତ କରିବା ପାଇଁ କୋର୍ଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ୱେବସାଇଟରେ ଏସବୁ ଗାଡ଼ିର ତାଲିକ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ମଦନ ବି. ଲୋକୁର, ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ତାଲିକା ଖବରକାଗଜରେ ବିଜ୍ଞାପନ ଭାବେ ଏବଂ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର କରିବାକୁ କୁହାଯାଇଛି ।