ସିଝୁଛି ରାଜଧାନୀ: ୫ ଦିନ ପାଇଁ ରେଡ ଆଲର୍ଟ, ଜୁନ୍‌ ୩୦ ଯାଏଁ ସମସ୍ତ ସ୍କୁଲ ବନ୍ଦ

ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀବାସୀ । ସୋମବାର ଦିଲ୍ଲୀର ଏକାଧିକ ସ୍ଥାନରେ ୪୭ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏଥିସହ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ତତଲା ତାୱାରେ ରାଜଧାନୀ ଦିଲ୍ଲୀ । ଭାଙ୍ଗିଲା ଚଳିତ ବର୍ଷର ରେକର୍ଡ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀବାସୀ । ସୋମବାର ଦିଲ୍ଲୀର ଏକାଧିକ ସ୍ଥାନରେ ୪୭ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ମିଳିବନି ତ୍ରାହି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏଥିସହ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ଆସନ୍ତା ମାସ ୩୦ ତାରିଖ ଯାଏଁ ଛୁଟି ରହିବ ବୋଲି ଜଣାପଡିଛି ।

ସୋମବାର ଦିଲ୍ଲୀ ଦେଶର ସବୁଠାରୁ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା । ନଜଫଗଡ଼ରେ ୪୭.୪ ଡିଗ୍ରୀ, ସାଉଥ ୱେଷ୍ଟ ଦିଲ୍ଲୀରେ ୪୭.୮ ଡିଗ୍ରୀ, ମୁଙ୍ଗେସପୁରରେ ୪୭.୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି । ଦିଲ୍ଲୀକୁ ଆସନ୍ତା ୫ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି । ପାରଦ ୪୭ ଡିଗ୍ରୀ ଟପିବା ପରେ ତୁରନ୍ତ ସବୁ ସ୍କୁଲରେ ଗ୍ରୀଷ୍ମଛୁଟି କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶ ସମସ୍ତ ସରକାରୀ, ବେସରକାରୀ ତଥା ସମସ୍ତ ସ୍କୁଲ ପାଇଁ ଲାଗୁ ହେବ ।

ଦିଲ୍ଲୀ ନ୍ୟାସନାଲ ଜିଓଲଜିକାଲ ପାର୍କରେ ପଶୁପକ୍ଷୀଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ଓ୍ୱାଟର୍ କୁଲର୍, ବରଫ ଗୋଲା ସମେତ ଫ୍ୟାନ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଦିଲ୍ଲୀର ଅନେକ ସ୍ଥାନରେ ଆକାଶ ସଫା ରହିବା ସହ ଗରମ ପବନ ବହିବା ସମ୍ଭାବନା ଥିବା ଆଇଏମ୍ଡି କହିଛି ।

ଚଣ୍ଡୀଗଡ ବଜାରରେ କଫ୍ୟୁ ଭଳି ପରିସ୍ଥିତି ରହିଛି । ଦିନ ସମୟରେ କେହି ବି ଲୋକ କିଣାବିକା କରିବାକୁ ଆସୁନାହାନ୍ତି । କିଛି ସ୍ଥାନରେ ମାଟି ଶୁଖି ଫାଟି ଆଁ କରିଛି । ଚଣ୍ଡୀଗଡରେ ସୋମବାର ଦିନ ତାପମାତ୍ରା ୪୧.୭ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି । ଚଣ୍ଡୀଗଡ ସମେତ ପଞ୍ଜାବ, ହରିୟାଣାରେ ମଧ୍ୟ ସମାନ ସ୍ଥିତି । ପାଣିପାଗ ବିଭାଗ ହିଟ୍‌ େଓ୍ଵଭ ସତର୍କତା ଜାରି କରିଛି ।

Leave A Reply

Your email address will not be published.