ଦିଲ୍ଲୀ ଡବଲ-ମର୍ଡର ମାମଲା : ସୁଟର ସୋନୁକୁ ପୋଲିସର ଏନ୍କାଉଣ୍ଟର
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି । ଦିଲ୍ଲୀର ଫର୍ଶ ବଜାରେ ହୋଇଥିବା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ସୋନୁ ମଟକାକୁ ସ୍ପେଶାଲ ସେଲ୍ ଏନ୍କାଉଣ୍ଟର କରିଛି । କହି ରଖୁଛୁ କି ଦୀପାବଳି ଦିନ ପୁତୁରା ଓ ଦାଦାକୁ ଗୁଳି କରି ହତ୍ୟା କରିଥିଲା ଅଭିଯୁକ୍ତ ସୋନୁ ମଟକା । ଏହି ମାମଲାରେ ସେ ବହୁ ଦିନ ଧରି ଫେରାର ଥଲା । ପୋଲିସ ତାକୁ ଖୋଜୁଥିବା ବେଳେ ଅଭିଯୁକ୍ତ ସୋନୁ ସହ ବାଗପତ-ମରେଠ ପାଖରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଗୁଳିରେ ଟଳିପଡ଼ିଥିଲା ଅଭିଯୁକ୍ତ ସୋନୁ । ଅଭିଯୁକ୍ତ ସୋନୁ ଗୁରୁତର ଆହତ ହେବାରୁ ତାକୁ ପୋଲିସ ଡାକ୍ତରଖାନାକୁ ନେଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଯେ ଦୀପାବଳି ଦିନ ଦାଦା ଆକାଶ ଓ ପୁତୁରା ଋଷଭକୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଡବଲ ମର୍ଡର ମାମଲାରେ ଜଣେ ନାବାଳିକକୁ ପୋଲିସ ଧରିଥିଲା । ଅଭିଯୁକ୍ତ କୁହାଯାଉଥିବା ସୋନୁ ମଟକା ଫେରାର ଥିଲା । ଅଭିଯୁକ୍ତ ସୋନୁ ଜଣେ ପେସାଦାର ଗୁଣ୍ଡା । ହତ୍ୟା, ଚୋରି ଘଟଣାରେ ମଧ୍ୟ ସେ ସମ୍ପୃକ୍ତ। ତା’ ନାମରେ ୧୦ରୁ ଊର୍ଦ୍ଧ୍ୱ ହତ୍ୟା ମାମଲା ରହିଛି ବୋଲି ପୋଲିସ କହିଛି ।