ରାଜଧାନୀରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ତାପମାତ୍ରା, ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ

ଦେଶର ରାଜଧାନୀ ନୂଆଦିଲ୍ଲୀରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତାପମାତ୍ରା । ଆଜି ପ୍ରଥମଥର ପାଇଁ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଛି । ପୂର୍ବରୁ ଦିଲ୍ଲୀର କୌଣସି ସ୍ଥାନରେ ତାପମାତ୍ରା କେବେ ହେଲେ ୫୨ ଡିଗ୍ରୀ ପାର କରି ନଥିଲା । କିନ୍ତୁ ଆଜି ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୫୨ ଡିଗ୍ରୀ ଅତିକ୍ରମ କରିଛି । ଦିନ ୨.୩୦ ବେଳକୁ ଏଠାରେ ତାପମାତ୍ରା ୫୨.୩ ଡିଗ୍ରୀ ରହିଥିଲା । ଗତକାଲି ଏଠାରେ ତାପମାତ୍ରା ୪୯.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ପାଣିପାଗ ବିଭାଗ କହିବା ଅନୁଯାୟୀ, ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଲୁ ବୋହିବା ଯୋଗୁଁ ୩୦ ମଇ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖାଦେବ । ୩୧ ମଇନରେ ପଞ୍ଜାବ, ହରିୟାଣା, ଚଣ୍ଡୀଗଡ-ଦିଲ୍ଲୀର କିଛି ସ୍ଥାନରେ ସ୍ଥିତି ବେହାଲ ହେବ । ପଶ୍ଚିମ ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଏବଂ ଝାଡଖଣ୍ଡର ବିଭିନ୍ନ ଭାଗରେ ଲୁ ବୋହିବ । ସକାଳ ୮.୩୦ ରେ ଆର୍ଦତ୍ରା ୪୩ ପ୍ରତିଶତ ରହିଥିଲା । ତେବେ ଅସହ୍ୟ ତାତି ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ଲୁ ରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ତାପମାତ୍ରା ବୃଦ୍ଧି କାରଣରୁ ପ୍ରତ୍ୟେକ ଲୋକ ସତର୍କ ରହିବାକୁ ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଭୀଷଣ ଗରମରୁ ବଞ୍ଚିବା ପାଇଁ ଅତ୍ୟଧିକ ପାଣି, ସର୍ବତ ପିଇବା ସହିତ ଦରକାର ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି ।
ସେହିପରି ପାଣି ଅପଚୟ ଉପରେ ମଧ୍ୟ ଜରିମାନା ଲାଗିଛି । ଦିଲ୍ଲୀରେ ପାଣି ନଷ୍ଟ କଣେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ବୋଲି କୁହାଯାଇଛି ।
ଗୁରୁବାର ଠାରୁ ଦିଲ୍ଲୀ ଜଳ ବୋର୍ଡର ୨୦୦ ଟିମ୍ ଏହି କାମ କରିବ । ଭୀଷଣ ଗରମ ଯୋଗୁଁ ଦିଲ୍ଲୀରେ ପାଣି ସମସ୍ୟା ଦେଖାଦେଇଛି । ଏମିତିରେ ଦିଲ୍ଲୀବାସୀ ପାଣିର ଦୂରୁପଯୋଗ କରୁଥିବାର ଦେଖିବାକୁ ମିଳିଲେ, ୨ ହଜାର ଟଙ୍କା ଚାଲାଣ କଟିବ ।
ଯଦି ଆପଣ ପାଣି ନଷ୍ଟ କରୁଥିବେ କିମ୍ବା ଆପଣଙ୍କ ଟାଙ୍କିରୁ ପାଣି ଓଭରଫ୍ଲୋ ହେଉଥିବ ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ସେହିପରି ଗାଡି ଧୋଇବାରେ ପାଣି ଅପଚୟ କରୁଥିଲେ ମଧ୍ୟ ଜରିମାନା ଲାଗିବ ।