ବନ୍ଦ ଥିଲା କବାଟ, ଝରକା: ଖବର ପାଇ ପୋଲିସ ପହଞ୍ଚିବା ପରେ ଘରୁ ମିଳିଲା ତିନି ମୃତଦେହ, କାନ୍ଥରେ ଲେଖାଅଛି- ‘ଲାଇଟର୍‌ ଜଳାଇବା ମନା’

ନୂଆଦିଲ୍ଲୀ : ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ଶୁଣିବାକୁ ମିଳିଛି । ଏଠାରେ ଗୋଟିଏ ବନ୍ଦ ଘର ଭିତରୁ ମିଳିଛି ତିନିଟି ମୃତଦେହ। ଘଟଣାଟି ହେଉଛି ବସନ୍ତ ବିହାରର ଆପାର୍ଟମେଣ୍ଟରେ ଏକ ରୁମ୍‌ଭିତରୁ ବନ୍ଦ ଥିବା ଦେଖି ସୋସାଇଟିର ଲୋକେ ପୋଲିସକୁ ଫୋନ୍ କରିଥିଲେ। କାରଣ ୨୪ ଘଣ୍ଟା ହେଲା ବନ୍ଦ ଥିଲା ଗୋଟିଏ ଘରର କବାଟ ଆଉ ଝରକା। ନା କିଛି ଶବ୍ଦ ଶୁଭୁଥିଲା ନା କେହି ବାହାରକୁ ବାହାରୁଥିଲେ। ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା। ରୁମର ଡୋର୍ ଖୋଲିବା ମାତ୍ରେ ଯାହା ଦେଖିଥିଲା ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରେ ପଡିଥିଲା ତିନି ତିନିଟି ମୃତଦେହ। ଆଉ କାନ୍ଥରେ ଲେଖ ହୋଇଥିଲା ‘ଘରେ ପଶିଲେ ଲାଇଟର୍‌ ଜଳାଇବା ମନା।’

ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ ବିବହାରରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ମଞ୍ଜୁ ତାଙ୍କର ଦୁଇ ଝିଅ ଅଂଶିକା ଓ ଅଙ୍କୁ ଫ୍ଲାଟ୍‌କୁ ଚାରିପଟୁ ବନ୍ଦ କରି ଅଙ୍ଗାର ଚୁଲାରେ କିଛି ରାସାୟନିକ ପଦାର୍ଥ ପକାଇ ଛାଡି ଦେଇଥିଲେ। ପ୍ରାଥମିକ ତଦନ୍ତରୁ ତିନି ଜଣକଙ୍କ ମୃତ୍ୟୁ ଅଣନିଶ୍ୱାସ ହେବା ଯୋଗୁଁ ଘଟିଥିବା କୁହାଯାଉଛି। ମା’ ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ। ପାଖରୁ ଏକ ସୁସାଇଡ୍ ନୋଟ୍ ଜବତ କରାଯାଇଛି। ତେଣୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ଏହାପରେ ଆଉଟିକେ ଖୋଲତାଡ଼ କରିବା ପରେ ଘରେ ଫାୟାର ପ୍ଲେସ୍‌ରେ ନିଆ ଜଳୁଥିଲା ଓ ଗ୍ୟାସ୍ ଅଳ୍ପ ଖୋଲା ହୋଇ ରହିଥିବା ଦେଖିବାକୁ ମିଳିଥିଲା ।ଏଥିସହିତ ଏଥିସହ ଘର କାନ୍ଥରେ ଘରେ ପଶିଲେ ଲାଇଟର ଜଳାଇବା ମନା ବୋଲି ଲେଖା ହୋଇଥିବା ଡିସିପି ସୂଚନା ଦେଇଛନ୍ତି।

ଅନୁସନ୍ଧାନରୁ ଜଣାପଡିଛି ଯେ ମଞ୍ଜୁ ତାଙ୍କର ଦୁଇ ଝିଅ ଅଂଶିକା ଓ ଅଙ୍କୁ ଏହି ଫ୍ଲାଟରେ ରହୁଥିଲେ । ଉଭୟ ଝିଅଙ୍କର ବୟସ ପ୍ରାୟ ୩୦ ବର୍ଷ ହୋଇଥିଲା। ଅସୁସ୍ଥତା ହେତୁ ମହିଳା ବିଛଣାରୁ ଉଠିପାରୁନଥିଲେ । ଏଥି ସହିତ ଗତ ବର୍ଷ କରୋନାର ଦ୍ୱିତୀୟ ଲହରରେ ମହିଳାଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଥିଲେ। ଏହି କାରଣରୁ ସମଗ୍ର ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଗଲା। ମାନସିକ ଚାପରେ ଆସି ତିନି ମା’ ଝିଅ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବି ସନ୍ଦେହ କରାଯାଉଛି। ତେବେ ପୁଲିସ ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।