Below header

ଦିଲ୍ଲୀ: ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ, ପ୍ରଶାସନ ଆଲର୍ଟ

ବିମାନବନ୍ଦର, ସ୍କୁଲ ଏବଂ ହସ୍ପିଟାଲ ପରେ ଏବେ ଦିଲ୍ଲୀର ତିହାର ଜେଲ୍‌ । ସୂତ୍ରରୁ ଜଣାପଡ଼ିଛି ଯେ ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ପ୍ରଶାସନ ସତର୍କ ହୋଇଯାଇଛି ।

ବିମାନବନ୍ଦର, ସ୍କୁଲ ଏବଂ ହସ୍ପିଟାଲ ପରେ ଏବେ ଦିଲ୍ଲୀର ତିହାର ଜେଲ୍‌ । ସୂତ୍ରରୁ ଜଣାପଡ଼ିଛି ଯେ ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ପ୍ରଶାସନ ସତର୍କ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଡଗ୍‌ ସ୍କ୍ଵାଡ୍‌ ପହଞ୍ଚି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏ ସମ୍ପର୍କରେ ତିହାର ପ୍ରଶାସନ ଦିଲ୍ଲୀ ପୋଲିସକୁ ଖବର ଦେଇଥିଲା ।

ସେପଟେ ଆଜି ସକାଳେ ଦିଲ୍ଲୀର ୪ଟି ହସ୍ପିଟାଲକୁ ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ ଖୋଜାଖୋଜି କରାଯାଇଥିଲା । ହେଲେ ଯାଞ୍ଚରୁ କିଛି ବି ମିଳି ନ ଥିଲା । ଅଧିକାରୀମାନେ କହିଛନ୍ତି ଯେ ଦିଲ୍ଲୀର ତିହାର ଜେଲକୁ ମଙ୍ଗଳବାର ବୋମା ଧମକ ମିଳିଛି । ଏହି ବିପଦ ସମ୍ପର୍କରେ ଜେଲ ପ୍ରଶାସନ ଦିଲ୍ଲୀ ପୋଲିସକୁ ସତର୍କ କରାଇଛି । ବଡ଼ ବଡ଼ ରାଜନେତାଙ୍କ ସମେତ ଅନେକ ହାଇ ପ୍ରୋଫାଇଲ୍‌ କଏଦୀ ଏଠାରେ ଅଛନ୍ତି ।

କହି ରଖୁଛୁ ଯେ ମେ’ ୧୨ରେ ସହରର ପାଖାପାଖି ୨୦ଟି ହସ୍ପିଟାଲକୁ ଏହିପରି ଧମକ ମିଳିଥିଲା । ଏହି ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା । ତେବେ ଏହି ସବୁ ଧମକ ଗୁଜବ ବୋଲି ଜଣାପଡ଼ିଥିଲା ।

ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମା ଧମକ ମିଳିବା ପରେ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍‌ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ ରହିଛି ।

ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବୋମା ଓ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିକ୍‌ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ତେବେ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.