‘ଜାଣିଶୁଣି ଦିଲ୍ଲୀକୁ ବୁଡ଼ାଇ ଦିଆଯାଇଛି, ହଥିନିକୁଣ୍ଡ ବ୍ୟାରେଜ୍‌ରୁ ଛଡ଼ାଯାଇଛି ଅତିରିକ୍ତ ଜଳ’; ଆପ୍‌ ନେତାଙ୍କ ଅଭିଯୋଗ

ଦିଲ୍ଲୀରେ ଯମୁନା ନଦୀ ବ୍ୟାପକ ଧ୍ୱଂସ ଘଟାଇଛି। ରାଜଧାନୀର ଅନେକ ଅଞ୍ଚଳ ଏବେ ମଧ୍ୟ ବନ୍ୟା ଜଳ ଘେରରେ ରହିଛି। ଲୋକେ ଦୟନୀୟ ସ୍ଥିତିରେ ଥିବାବେଳେ ସେପଟେ ବନ୍ୟା ପରିସ୍ଥିତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ଦିଲ୍ଲୀରେ ଯମୁନା ନଦୀ ବ୍ୟାପକ ଧ୍ୱଂସ ଘଟାଇଛି। ରାଜଧାନୀର ଅନେକ ଅଞ୍ଚଳ ଏବେ ମଧ୍ୟ ବନ୍ୟା ଜଳ ଘେରରେ ରହିଛି। ଲୋକେ ଦୟନୀୟ ସ୍ଥିତିରେ ଥିବାବେଳେ ସେପଟେ ବନ୍ୟା ପରିସ୍ଥିତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଆମ୍ ଆଦମୀ ଦଳର ନେତା ସୌରଭ ଭରଦ୍ୱାଜ ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି କି, ଦିଲ୍ଲୀକୁ ଜାଣିଶୁଣି ବୁଡ଼ାଇ ଦିଆଯାଇଛି। ଏଥିପାଇଁ ହଥିନିକୁଣ୍ଡ ବ୍ୟାରେଜ ବ୍ୟବହାର କରାଯାଇଛି।

ସୌରଭ ଭରଦ୍ୱାଜ କହିଛନ୍ତି, ଜାଣିଶୁଣି ଦିଲ୍ଲୀକୁ ବୁଡ଼ାଇ ଦିଆଯାଇଛି। ହଥିନିକୁଣ୍ଡ ବ୍ୟାରେଜରୁ ଅତିରିକ୍ତ ଜଳ କେବଳ ଦିଲ୍ଲୀକୁ ହିଁ ଛଡ଼ାଯାଇଛି। ସେ ଦାବି କରିଛନ୍ତି ଯେ ହଥିନିକୁଣ୍ଡ ବ୍ୟାରେଜରୁ କେବଳ ଦିଲ୍ଲୀ ପାଇଁ ପାଣି ଛଡ଼ାଯାଇଥିବା ବେଳେ ପଶ୍ଚିମ କେନାଲ ପାଇଁ କୌଣସି ପାଣି ଛଡ଼ାଯାଇ ନାହିଁ। ଏହା ଉପରେ ରାଜନୀତି କରାଯାଉଛି।

ଭରଦ୍ୱାଜଙ୍କ କହିବା ହେଲା, ହଥିନିକୁଣ୍ଡ ବ୍ୟାରେଜରୁ ତିନି ପାର୍ଶ୍ୱକୁ ପାଣି ବାହାରିଥାଏ। ମୁଖ୍ୟ ଯମୁନା ନଦୀ ସହିତ ପଶ୍ଚିମ ଏବଂ ପୂର୍ବ କେନାଲରୁ ମଧ୍ୟ ହଥିନିକୁଣ୍ଡର ଜଳ ବାହାରିଥାଏ। ଯମୁନା ନଦୀର ଜଳ ସିଧା ଦିଲ୍ଲୀର ମଧ୍ୟଭାଗ ଦେଇ ପ୍ରବାହିତ ହୁଏ। ଏଥର କିନ୍ତୁ ଷଡ଼ଯନ୍ତ୍ର କରାଯାଇ ସମସ୍ତ ପାଣି ଦିଲ୍ଲୀ ଆଡକୁ ଛାଡ଼ି ଦିଆଯାଇଛି।

ଏହା ପୂର୍ବରୁ ଶୁକ୍ରବାର ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଅଭିଯୋଗ କରିଥିଲେ ଯେ ଭାରତୀୟ ଜନତା ପାର୍ଟି ହରିୟାଣାରେ ହଥିନିକୁଣ୍ଡ ବ୍ୟାରେଜ ଉପଯୋଗ କରି ବନ୍ୟା ପ୍ରଭାବିତ ଦିଲ୍ଲୀକୁ ଆହୁରି ବୁଡ଼ାଇ ଦେଇଛି।