ଆମେରିକା : ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୮୨ ଯାତ୍ରୀ

ଆମେରିକାରେ ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୨୮୨ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା।

ଖବର ମୁତାବକ, ସୋମବାର ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଥିଲା । ବିମାନଟି ଆଟଲାଣ୍ଟା ଅଭିମୁଖେ ଯାଉଥିଲା । । ନିଆଁ ଲାଗିବା ଦେଖି ବିମାନରେ ଥିବା ଯାତ୍ରୀ ମାନେ ଭୟଭୀତ ହୋଇପଡିଥିଲେ । ଯାହା ଫଳରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ବାହାର କରାଯାଇଥିଲା । ଟର୍ମିନାଲରେ ଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ କଏଦ ହୋଇଥିବା ଡାହାଣ ଇଞ୍ଜିନରୁ ନିଆଁ ବାହାରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବିମାନରେ ୨୮୨ ଜଣ ଯାତ୍ରୀ ଥିଲେ । ତେବେ ଏହି ଘଟଣା ନେଇ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ବିମାନ କମ୍ପାନୀ କହିଛି ଯେ, ଆମେ ଆମର ଯାତ୍ରୀମାନଙ୍କ ସହଯୋଗକୁ ପ୍ରଶଂସା କରୁଛୁ । ଏପରି ଗୋଟିଏ ବଡ ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରୁଛୁ । ସୁରକ୍ଷାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Also Read : ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନିମନ୍ତ୍ରଣ କରିଛନ୍ତି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ