କର୍ମଚାରୀ ମାନଙ୍କୁ ନିଆରା ଢଙ୍ଗରେ ‘ଭାଲେଣ୍ଟାଇନ ଡ଼େ’ ଶୁଭେଚ୍ଛା ଜଣାଇଲା ଏହି କମ୍ପାନୀ, ଗିଫ୍ଟ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
କୁହାଯାଏ କର୍ମଚାରୀଙ୍କୁ ନେଇ ହିଁ କମ୍ପାନୀ । କର୍ମଚାରୀ ଯେତେ ଭଲ ହେବେ ବା ଖୁସି ହେବେ ତେବେ କମ୍ପାନୀ ବି ସେତିକି ଉନ୍ନତି କରିବ । କିନ୍ତୁ କେତୋଟି ବା କମ୍ପାନୀ ନିଜ କମ୍ପାନୀଙ୍କ ପ୍ରତି ଯତ୍ନବାନ ହୁଅନ୍ତି । କିନ୍ତୁ ଆମେରିକାର ଏକ କମ୍ପାନୀ ନିଜ କର୍ମୀ ମାନଙ୍କୁ ଖୁସି କରିବା ପାଇଁ ଏମିତି ପଦକ୍ଷେପ ନେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ନିଶ୍ଚୟ । ଆମେରିକାର ବିମାନ ସେବା ପ୍ରଦାନକାରୀ କମ୍ପାନୀ ‘ଡେ଼ଲ୍ଟା ଏୟାରଲାଇନ୍ସ’ ନିଜ ଲାଭାଂଶରୁ ୧.୨୦ ଲକ୍ଷ କୋଟି ଟଙ୍କା କର୍ମଚାରୀ ମାନଙ୍କୁ ଭେଟି ଦେଇଛି । ଭାଲେଣ୍ଟାଇନ ଡ଼େ ଅବସରରେ ହିଁ କମ୍ପାନୀ ନିଜ କର୍ମଚାରୀଙ୍କୁ ଏହି ଭେଟି ଦେଇଥିବା ଜଣାଯାଇଛି ।
ଖାଲି ସେତିକି ନୁହେଁ କମ୍ପାନୀ ନିଜ ସଫଳତା ପାଇଁ ଧନ୍ୟବାଦ ଦେବାକୁ ଯାଇ ଏକ ବିମାନ ଉପରେ ବଡ ବଡ ଅକ୍ଷରରେ ‘ଥାଙ୍କ ୟୁ’ ଲେଖିଥିବା ଜଣାଯାଇଛି । କିନ୍ତୁ ବିଶେଷ କଥା ହେଉଛି ଯଦି ଆପଣ ଲେଖାଥିବା ଏହି ‘ଥାଙ୍କ ୟୁ’କୁ ନିକଟରୁ ଦେଖିବେ ତେବେ ଏହି ଅକ୍ଷର ଭିତରେ ଆପଣଙ୍କୁ ୯୦ ହଜାର କର୍ମଚାରୀଙ୍କ ନାଁ ଲେଖାଥିବା ନଜର ଆସିବ । ଡେ଼ଲ୍ଟା କମ୍ପାନୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଡ଼. ବାଷ୍ଟିଆନ ଶୁକ୍ରବାର ଏକ ସମାରୋହ ଅବସରରେ ହିଁ ଏହି ବିମାନ ଟିର ଅନାବରଣ କରିଛନ୍ତି ।
କଂପାନି ତରଫରୁ ଦିଆଯାଇଥିବା ଏହି ଲାଭାଂଶକୁ ଯଦି ହିସାବ କରାଯାଏ ତେବେ ପ୍ରତି କର୍ମଚାରୀଙ୍କ ପାଖକୁ ୧.୩ କୋଟିରୁ ବି ଅଧିକ ଟଙ୍କା ଯାଇଥିବା ଜଣାଯିବ । ଲଗାତାର ଭାବେ ଛ ବର୍ଷ ଧରି ଏହି ଏୟାର ଲାଇନ୍ସ କମ୍ପାନୀ ନିଜ ଏକ ଆରବ ଡ଼ଲାରରୁ ବି ଅଧିକ ଲାଭାଂଶ ପରିମାଣ ନିଜ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଆସୁଛି ।