ଘନକୁହୁଡ଼ିର ଆସ୍ତରଣ ଭିତରେ ରାଜଧାନୀ ଦିଲ୍ଲୀ, ଅନେକ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ମିଟରକୁ ହ୍ରାସ

ନୂଆଦିଲ୍ଲୀ(କେନ୍ୟୁଜ୍): ରାଜଧାନୀ ନୂଆଦିଲ୍ଲୀରେ ସକାଳୁ ସକାଳୁ ଘନକୁହୁଡ଼ିର ଆସ୍ତରଣ । ପ୍ରବଳ କୁହୁଡ଼ି ଫଳରେ ଅନେକ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ମିଟରକୁ ହ୍ରାସ ପାଇଛି । ଏହା ସହ ଦିଲ୍ଲୀର ତାପମାତ୍ରା ମଧ୍ୟ ୭ ଡିଗ୍ରୀକୁ ହ୍ରାସ ପାଇଛି। ପ୍ରବଳ କୁହୁଡି ଯୋଗୁଁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି। ପ୍ରବଳ କୁହୁଡ଼ି ଯୋଗୁଁ ଉତ୍ତର ରେଲୱେର ୨୨ଟି ଟ୍ରେନ ମଧ୍ୟ ବିଳମ୍ବରେ ଚଳାଚଳ କରୁଛି।

Leave A Reply

Your email address will not be published.