ଯୁବକଙ୍କ ମାଢ଼ିରୁ ବାହାରିଲା ୩୯ ମିମି ଲମ୍ବା ଦାନ୍ତ, ଭାଙ୍ଗିଲା ଗିନିଜ୍‌ ବୁକ୍‌ର ରେକର୍ଡ

ମଧ୍ୟପ୍ରଦେଶର ଖରଗୌନରେ ଜଣେ ଡାକ୍ତର ଦୁନିଆର ସବୁଠାରୁ ବଡ଼ ଦାନ୍ତ ବାହାର କରି ଗିନିଜ୍‌ ବୁକ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଦାନ୍ତକୁ ଦନ୍ତ ଚିକିତ୍ସକ ସୌରଭ ଶ୍ରୀବାସ୍ତବ ଜଣେ ରୋଗୀର ମାଢ଼ିରୁ ବାହାର କରିଛନ୍ତି। ଦାନ୍ତର ଲମ୍ବ ୩୯ ମିମି। ଏହି ଦାନ୍ତ ବାହାର କରିସାରିବା ପରେ ଡେଣ୍ଟିଷ୍ଟ ସୌରଭ ଶ୍ରୀବାସ୍ତବଙ୍କ ନାଁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।

tooth2

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ଦାନ୍ତ ସ୍ଥାନ ପାଇଥିଲା। କିନ୍ତୁ ତାହାର ଲମ୍ବ ଥିଲା ୩୭.୨ ମିମି। ଏହି ରେକର୍ଡ ୨୦୧୯ ମସିହାରେ ଜର୍ମାନୀର ଦନ୍ତ ଚିକିତ୍ସକ ମ୍ୟାକ୍ସ ଲୁକ୍ସଙ୍କ ନାଁରେ ଥିଲା। ତେବେ ବର୍ତ୍ତମାନ ସୌରଭ ଶ୍ରୀବାସ୍ତବ ଜର୍ମାନୀ ଡାକ୍ତର ଲୁକ୍ସଙ୍କ ରେକର୍ଡ ଭାଙ୍ଗିଥିବା ଦାବି କରିଛନ୍ତି।

tooth3

ରିପୋର୍ଟ ମୁତାବକ ଫେବ୍ରୁଆରୀ ୨୯ ତାରିଖରେ ଡାକ୍ତର ସୌରଭ ଶ୍ରୀବାସ୍ତବଙ୍କ ପାଖକୁ ଇଞ୍ଜିନିୟରିଂ ଛାତ୍ର ପବନ ଭାବସାର ଦାନ୍ତ ଦେଖାଇବାକୁ ଆସିଥିଲେ। ୨୦ ବର୍ଷୀୟ ପବନ ଖରଗୌନ୍‌ର ବାସିନ୍ଦା। ବଡ଼ ଦାନ୍ତ ପାଇଁ ପବନଙ୍କ ମୁହଁ ଅସୁନ୍ଦର ଲାଗୁଥିଲା। ଏଣୁ ୮ ଦିନ ପୂର୍ବରୁ ହିଁ ସେ ୩୬ ମିମିର ଦାନ୍ତ ଓପାଡ଼ିଥିଲେ। ବୁଧବାର ପବନ ଆଉ ଏକ ଦାନ୍ତ ଓପାଡ଼ିଥିଲେ ଯାହାର ଲମ୍ବ ୩୯ ମିମି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

You might also like