ଡେରା ସଚ୍ଚା ମୁଖ୍ୟ ରାମ ରହିମଙ୍କୁ ମିଳିଲା ପାରୋଲ, ୨୧ ଦିନ ପାଇଁ ଜେଲରୁ ବାହାରିଲେ

ଡେରା ସଚ୍ଚା ସୌଦା ମୁଖ୍ୟ ତଥା ଦୁଷ୍କର୍ମ ମାମଲାର ଦୋଷୀ ଗୁରମିତ ରାମ ରହିମ ସିଂ ୨୧ ଦିନ ପାଇଁ ପାରୋଲରେ ଆସିଛନ୍ତି । ପାରୋଲ ମିଳିବା ପରେ ମଙ୍ଗଳବାର ସକାଳ ୬.୩୦ଟାରେ ସେ ଜେଲରୁ ବାହାରିଛନ୍ତି । ରାମ ରହିମ ହରିୟାଣାର ରୋହତକ ଜିଲ୍ଲା ସ୍ଥିତ ସୁନାରିୟା ଜେଲରେ ବନ୍ଦ ଥିଲେ । ରାମ ରହିମକୁ ଜେଲରୁ ନେବା ପାଇଁ ଆଶ୍ରମରୁ ଦୁଇଟି ଗାଡି ଯାଇଥିଲା । ଜେଲରୁ ପାରୋଲରେ ଆସିବା ପରେ ରାମ ରହିମ ୟୁପିର ବାଗପତ ଆଶ୍ରମରେ ରହିବେ ।

ରାମ ରହିମ ଦୁଇ ଶିଷ୍ୟଙ୍କ ସହିତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୦୧୭ରୁ ଜେଲରେ ବନ୍ଦ ରହିଛନ୍ତି । ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ପ୍ରଥମ ଥର ପାଇଁ ରାମରହିମଙ୍କୁ ପାରୋଲ ମିଳିନାହିଁ । ପୂର୍ବରୁ ୯ ଥର ଜେଲରୁ ପାରୋଲରେ ଆସିଛନ୍ତି ।

ଚଳିତବର୍ଷ ଜାନୁଆରୀ ୧୯ରେ ରାମ ରହିମ ଜେଲରୁ ବାହାରିଥିଲେ । ସେତେବେଳେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଯାଚିକା ଦାଖଲକୁ ରାମ ରହିମଙ୍କ ପାରୋଲକୁ ବିରୋ ଧ କରିଥିଲେ ।

ଏହି ଘଟଣା ୨୦୦୨ ଜୁଲାଇ ୧୦ର । ସେହି ସମୟରେ ଡେରା ପରିଚାଳନା କମିଟିର ସଦସ୍ୟ ଥିବା ରଣଜିତ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ବହୁ ଅନୁସନ୍ଧାନ ଚାଲିଥିଲା । ତେବେ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ହୋଇ ରଣଜିତ ସିଂଙ୍କ ପୁଅ ଜଗସିର ସିଂ ହାଇକୋର୍ଟରେ ଆବେଦନ କରି ସିବିଆଇ ତଦନ୍ତ ଦାବି କରିଥିଲେ । ୨୦୦୩ରେ ଏହି ଆବେଦନ ଦାଏର କରାଯାଇଥିଲା । ପିଟିସନ ଦାଖଲ ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ପରେ ୨୦୨୧ ଅକ୍ଟୋବରରେ ସିବିଆଇ ରାମ ରହିମ୍‌ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।

ତେବେ ୨୨ ବର୍ଷ ପୁରୁଣା ଏହି ହତ୍ୟା ମାମଲାରେ ଦୋଷମୁକ୍ତ ହେବା ସତ୍ତ୍ୱେ ରାମ ରହିମ୍‌ ଜେଲରୁ ବାହାରି ପାରିବେ ନାହିଁ । କାରଣ, ଅନ୍ୟାନ୍ୟ ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଦୁଇ ସାଧ୍ୱୀଙ୍କୁ ଯୌନ ନିର୍ଯାତନା ମାମଲାରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.