ଅଯୋଧ୍ୟାରେ ରାମମନ୍ଦିର ପ୍ରସିଦ୍ଧ ନାଗର ଶୈଳୀରେ ନିର୍ମାଣ କରାଯିବ, ଡିଜାଇନ୍‌ରେ ମନ୍ଦିର ନିର୍ମାଣ ପାଇଁ ଲାଗିବ ପ୍ରାୟ ତିନି ବର୍ଷ

କେନ୍ୟୁଜ୍(ବ୍ୟୁରୋ):  ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ରାସ୍ତା ସଫା ହୋଇଯାଇଛି । ବର୍ତ୍ତମାନ ରାମ ମନ୍ଦିର କେଉଁ ଢାଞ୍ଚାରେ ନିର୍ମାଣ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୧୯୮୯ ମସିହାରେ ରାମ ମନ୍ଦିର ଡିଜାଇନ୍‌ ପ୍ରସ୍ତୁତ କରାଯାଇଥିଲା । ଏହି ଡିଜାଇନ୍‌କୁ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ସ୍ଥପତି ଚନ୍ଦ୍ରକାନ୍ତ ସୋମପୁରା । ଏହି ମନ୍ଦିର ପ୍ରସିଦ୍ଧ ନାଗର ଶୈଳୀରେ ନିର୍ମାଣ କରାଯିବ । ଏହି ଡିଜାଇନ୍‌ରେ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ତିନି ବର୍ଷ ସମୟ ଲାଗିବ ବୋଲି କହିଛନ୍ତି ଚନ୍ଦ୍ରକାନ୍ତ ସୋମପୁରା ।

ram mandir1

ମନ୍ଦିର ନକ୍ସା ଉତ୍ତର ଭାରତର ନାଗର ଶୈଳୀରେ ପ୍ରସ୍ତୁତ ହୋଇଛି । ନାଗର ଶୈଳୀ ଉତ୍ତର ଭାରତର ହିନ୍ଦୁ ସ୍ଥାପତ୍ୟ କଳାର ଅନ୍ୟତମ । ନାଗର ଶୈଳୀ ବଡ଼ ବିଶେଷତ୍ୱ ହେଉଛି ବିମାନ । ଏହାର ମୁଖ୍ୟ ଭୂମି ଆୟତ୍ତକାର ହେବ ଏବଂ ମଝି ସ୍ଥାନର ଦୁଇ ପାଖରେ ବିମାନ ସଦୃଶ୍ୟ ହେବ । ମନ୍ଦିରରେ ଦୁଇଟି ଭବନ ରହିଛି । ଗୋଟିଏ ଗର୍ଭ ଗୃହ ଓ ଅନ୍ୟଟି ମଣ୍ଡପ । ଗର୍ଭ ଗୃହ ଉଚ୍ଚ ହୋଇଥିବା ବେଳେ ମଣ୍ଡପ ଛୋଟ ରହିଛି । ମନ୍ଦିରର ଖାସ୍‌ କଥା ହେଉଛି ଦୁଇ ଥାକିଆ ହେବ । ପ୍ରଥମ ମହଲାରେ ରହିବ ପ୍ରଭୁ ରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ସମେତ ହନୁମାନଙ୍କ ମୂର୍ତ୍ତି ରହିବ । ଦ୍ୱିତୀୟ ଥାକରେ ରାମ ଦରବାର ରହିବ । ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ ଲକ୍ଷ ୬୩ ହଜାର ଘନଫୁଟ ପଥର ଲାଗିବ । ମନ୍ଦିରର ଲମ୍ବ ହେବ ୨୭୦ ଫୁଟ୍‌, ଓସାର ୧୪୫ ଫୁଟ ଏବଂ ଉଚ୍ଚତା ୧୪୧ ଫୁଟ୍‌ ରହିବ । ଅକ୍ଷରଧାମ ମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ହେବ ବୋଲି କୁହାଯାଇଛି । ସେହିପରି ମନ୍ଦିର ପରିସରରେ ସୀତା, ଲକ୍ଷ୍ମଣ ଓ ଗଣେଶଙ୍କ ମନ୍ଦିର ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.