ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ, ଉପମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ, ଅଜିତ ପାୱର
![devendra fadnavis](https://knewsodisha.com/wp-content/uploads/2024/12/devendra-fadnavis.jpg)
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ । ଶପଥ ପାଠ କରାଇଲେ ରାଜ୍ୟପାଳ । ମହାବିଜୟର ୧୨ ଦିନ ପରେ ଫଡନାବିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏକନାଥ ସିନ୍ଦେ ଏବଂ ଅଜିତ ପାୱର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଶପଥ ଗ୍ରହଣ ଉତ୍ସବକୁ ଯିବା ପୂର୍ବରୁ ଫଡନାବିସ ମା’ଙ୍କ ଆଶୀର୍ବାଦ ନେଇଥିଲେ । ଶପଥ ଗ୍ରହଣ ଉତ୍ସବରେ ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ଶିଳ୍ପ ଜଗତରୁ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି ।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ରାଜନାଥ ସିଂ, ନୀତିନ ଗଡକାରୀ, ନିର୍ମଳା ସୀତାରମଣ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର, ଯୋଗୀ ଆଦିତ୍ୟନାଥ, ଚିରାପ ପାଶୱାନ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ୭୦ରୁ ଅଧିକ ଭିଭିଆଇପି ଏବଂ ୪୦୦ରୁ ସାଧୁସନ୍ଥ ଯୋଗ ଦେଇଛନ୍ତି । ଏହାସହିତ ଶପଥ ଗ୍ରହଣ ଉତ୍ସବରେ ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ, ମାଧୁରୀ ଦୀକ୍ଷିତ, ସଂଜୟ ଦତ୍ତ, ସଲମାନ ଖାନ, ଶାହରୁଖ ଖାନ, ରଣବୀର କପୁର, ରଣବୀର ସିଂ, ସଚିନ ତେନ୍ଦୁଲକର, ଅଞ୍ଜଳି ତେନ୍ଦୁଲକର, ବିକି କୌଶଲ, ଜାହ୍ନବୀ କପୁର, ସିଦ୍ଧାର୍ଥ ରୟ, ରୋହିତ ସେଟ୍ଟୀ, ଶ୍ରଦ୍ଧା କପୁର, ଏକତା କପୁର, ବିକ୍ରାନ୍ତ ମେସି, ନୀତା ଅମ୍ବାନୀ, ରାଧିକା ଅମ୍ବାନୀ, ନୋଏଲ ଟାଟା, କୁମାର ମଙ୍ଗଳମ ବିର୍ଲା ପ୍ରମୁଖ ଉପସ୍ଥିତି ରହିଛନ୍ତି ।
ତେଣୁ ୩,୫୦୦ ପୋଲିସ କର୍ମୀ, ୫୨୦ ଅଫିସର, ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସର ଏକ ପ୍ଲାଟୁନ, କ୍ବିକ୍ ରେସପନ୍ସ ଟିମ୍, କମ୍ପାଟ ଟିମ୍, ଡେଲଟା ଟିମ୍, ବୋମା ନିଷ୍କ୍ରିୟ ସ୍କ୍ବାର୍ଡ ନିୟୋଜିତ ରହିଛନ୍ତି ।