ଭାରତୀୟ ବିମାନ ସେବାରେ ପାକିସ୍ତାନର ପ୍ରତିବନ୍ଧକ, ଡିଜିସିଏ ଜାରି କଲା ନିର୍ଦ୍ଦେଶାବଳୀ

ପାହଲଗାମ ଆକ୍ରମଣ ପରେ ପାକିସ୍ଥାନ ଉପରେ କେତେକ ପ୍ରତିବନ୍ଧକ ଲଗାଯାଇଛି ଭାରତ । ଏହି ଆକ୍ରମଣ ପରଠାରୁ ଦୁଇ ଦେଶ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଛି । ଭାରତ ପାହଲଗାମ ଆକ୍ରମଣର ଉଚିତ ଜବାବ ଦେବାକୁ ଯାଇ ପାକିସ୍ଥାନକୁ ଜଳ ଯୋଗାଣ ବନ୍ଦ କରିଦେଇଛି । ବର୍ତ୍ତମାନ ପରିସ୍ଥିତିରେ ପାକିସ୍ଥାନ ଭାରତୀୟ ବିମାନ ସେବାରେ ପ୍ରତିବନ୍ଧକ ଲଗାଇଛି । ଏହି ସମୟରେ DGCA ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶାବଳୀ ଜାରି କରିଛି । ଏହା ବ୍ୟତୀତ ଖାଦ୍ୟ ପାନୀୟ ବ୍ୟବସ୍ଥାର ସଠିକ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦେଇଛି ।

ପାକିସ୍ତାନ ତା’ର ବିମାନ ସେବା ଉପରେ ପ୍ରତିବନ୍ଧକ ଆଣିବା ଦ୍ବାରା ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯାତ୍ରୀମାନଙ୍କୁ ଏୟାରଲାଇନ୍ସରେ ଯୋଗାଯୋଗ, ଖାଦ୍ୟପେୟ ସେବା ପ୍ରଦାନ କରିବା ପାଇଁ DGCA ପରାମର୍ଶ ଜାରି କରିଛି । ବିମାନ ସେବାକୁ ନେଇ ଦିଲ୍ଲୀ ସମେତ ଉତ୍ତର ଭାରତୀୟ ସହରର ଯାତ୍ରୀମାନେ ଅତ୍ୟଧିକ ପ୍ରଭାବିତ ହେଉଛନ୍ତି । ବିମାନ ସେବାରେ ସମୟସୀମା ଏବଂ ଯାନ୍ତ୍ରିକ ତ୍ରୁଟିକୁ ଆଖି ଆଗରେ ରଖି DGCA ପାଞ୍ଚଟି ମୁଖ୍ୟ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇଛନ୍ତି ।

DGCAଙ୍କ ୫ଟି ମୁଖ୍ୟ ପରାମର୍ଶ
• ଉଡାଣ ସମୟରେ ଯାତ୍ରୀଙ୍କ ଯୋଗାଯୋଗରେ ସୁବିଧା
• ଉଡାଣ ସମୟରେ ଯାତ୍ରୀଙ୍କ ଖାଦ୍ୟପେୟ ଓ ବିଶ୍ରାମର ସେବା
• ଡାକ୍ତରୀ ପ୍ରସ୍ତୁତି ଏବଂ ବିକଳ୍ପ ଉଡାଣ ସେବା
• ଗ୍ରାହକ ସେବା
• ଅର୍ନ୍ତବିଭାଗୀୟ ସମନ୍ବୟ

Also Read : ଭାରତ ଆକ୍ସନରେ ଭୟଭୀତ ପାକିସ୍ତାନ ସେନା ମୁଖ୍ୟ, ନିଜ ପରିବାରକୁ ଗୋପନରେ ବିଦେଶ ପଠାଇଲେ