ବିମାନ ଯାତ୍ରା ବେଳେ କଡ଼ା କଡ଼ି ହେଲା ମାସ୍କ, ନ ପିନ୍ଧିଲେ ଦେବେ ମୋଟା ଅଙ୍କର ଜରିମାନା

ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ମାମଲା। ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ କରୋନା କେସ୍‌ ବଢ଼ୁଥିବା ଦେଖାଯାଇଛି। କରୋନାର ଏହି ବର୍ଦ୍ଧିତ କେସ୍‌କୁ ଦେଖି କେତେକ ସହରରେ ପୁଣିଥରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। କରୋନା କେସ୍‌ ବଢ଼ୁଥିବା ଦେଖି ବିମାନ ଉଡ଼ାଣର ମହାନିର୍ଦ୍ଦେଶାଳୟ ଡିଜିସିଏ ମଧ୍ୟ ସମସ୍ତ ଏୟାରଲାଇନ୍ସକୁ ମାସ୍କ ପିନ୍ଧିବା ନେଇ ନିୟମକୁ କଡ଼ାକଡ଼ି ପରିବାକୁ ନିର୍ଦ୍ଦେଶ ଦେଇଛି।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌-୧୯କେସ୍‌କୁ ବଢ଼ୁଥିବାର ଦେଖି ସମସ୍ତ ଯାତ୍ରୀ ଯେମିତି ମାସ୍କ ପିନ୍ଧିବେ ତାହାକୁ ସୁନିଶ୍ଚିତ କରାଇବାକୁ ଏୟାରଲାଇନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନେ ସଠିକ୍‌ ଢଙ୍ଗରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଉ। ଏଥିସହ ପ୍ଲାଟଫର୍ମ ଓ ସମସ୍ତ ସାର୍ବଜନିନ ସ୍ଥାନ, ଯେଉଁଠାରେ ଯାତ୍ରୀମାନେ ଯାତାୟାତ କରୁଛନ୍ତି, ସେହି ସ୍ଥାନକୁ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


ସୂଚନା ଯୋଗ୍ୟ ଯେ ବୁଧବାର ଦିନ ଦେଶରେ କରୋନାର ୯,୦୬୨ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ନୂଆ ସଂଖ୍ୟା ଆସିବା ପରେ ମୋଟ୍‌ ରୋଗୀଙ୍କ ସଂଖ୍ୟା ବଢ଼ି ୪,୪୨,୮୬,୨୫୬ ରେ ପହଞ୍ଚିଛି। ସେହିପରି ଆକ୍ଟିଭ୍‌ କେସ୍‌ ୧,୦୫,୦୫୮ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଆଉ ୩୬ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୫,୨୭, ୧୩୪ ରେ ପହଞ୍ଚିଛି।

Also Read: ‘ପୀଡ଼ିତା ଆପତ୍ତିଜନକ ଡ୍ରେସ୍‌ ପିନ୍ଧିଥିଲେ’ କହି ଅଭିଯୁକ୍ତକୁ ଆଗୁଆ ଜାମିନ୍‌ ଦେଲେ କୋର୍ଟ

Leave A Reply

Your email address will not be published.