ଗୁଜରାଟରେ ଚାଲିଛି ଡିଜିପି-ଆଇଜିପି ସମ୍ମିଳନୀ , ଗତକାଲି ଦ୍ୱିତୀୟ ଦିନରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗୁଜରାଟ(କେନ୍ୟୁଜ୍) : ଗୁଜରାଟ କବ୍ରଡିଆରେ ଚାଲିଛି ଡିଜିପି-ଆଇଜିପି ବାର୍ଷିକ ସମ୍ମିଳନୀ । ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆଜି ଶେଷ ହେବ । ଗତକାଲି ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ । ସୁରକ୍ଷା ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି ରାଷ୍ଟ୍ରୀୟ ପୋଲିସ ସ୍ମାରକରେ ଏକ ଡାକ ଟିକଟ ଜାରି କରିଥିଲେ । ଏହା ସହ ସାଇବର ସମନ୍ଵୟ କେନ୍ଦ୍ରର ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କାର୍ୟ୍ୟକ୍ରମ ପାଇଁ ମୋଦି ବଡୋଦରାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ତାଙ୍କୁ ସ୍ୱାଗତ କରିଥିଲେ । ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଷ୍ଟାଚୁ ଅଫ୍ ୟୁନିଟିକୁ ଯାଇଥିଲେ । ସେଠାରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ କରାଯାଇଥିଲା ।