ଚାରଧାମ ଯାତ୍ରା ପାଇଁ ୧୨ଟି ଭାଷାରେ SOP ଜାରି କଲେ ଧାମି ସରକାର, ୧୦୪ ହେଲ୍ପଲାଇନ ନଂରେ ମିଳିବ ମେଡିକାଲ ସୁବିଧା

ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ଚଳିତ ବର୍ଷ ୩୦ ଏପ୍ରିଲରୁ ଆରମ୍ଭ ହେଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା କରନ୍ତି । ଏଥର ଚାରଧାମ ଯାତ୍ରାରେ କିଛି ନୂତନ ନିୟମ କରାଯାଇଛି । ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ, ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସଓପି ଜାରି ରକାଯାଇଛି । ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ପ୍ରାଥମିକତା ଦେବାକୁ ସକାର ୧୨ ଭାଷାରେ ଏସଓପି ଜାରି କରିଛନ୍ତି । ଏହାଦ୍ବାରା ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜ ହେବ ଏବଂ ପାଳନ କରିବାକୁ ସହଜ ହେବ ।
୧୨ଟି ଭାଷାରେ ଜାରି ହୋଇଥିବା ଏସଓପି (ହିନ୍ଦୀ, ଇଂଲିଶ, ଗୁଜରାଟୀ, ମରାଠୀ, ପଞ୍ଜାବୀ, ଓଡିଆ, ତାମିଲ, ତେଲୁଗୁ, ମଲୟାଲମ, କନ୍ନଡ, ବଙ୍ଗଳା ଏବଂ ମଣିପୁରୀ) ଭାଷାରେ ହୋଇଛି । ଏଥିରେ ଚାରଧାମ ଯାତ୍ରା ସମ୍ବନ୍ଧୀୟ ସମସ୍ତ ସୂଚନା ଓ ବିବରଣୀ ମିଳିବ ।
ଏହି ଏସଓପି ଅଧିନରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଜରୁରୀ କାଳୀନ ସ୍ଥିତିରେ ଶ୍ରଦ୍ଧାଳୁ ୧୦୪ ହେଲପଲାଇନ ନମ୍ବରରେ କଲ୍ କରି ତୁରନ୍ତ ଚିକିତ୍ସା ପାଇପାରିବେ । ଯାତ୍ରା ମାର୍ଗରେ ମେଡିକାଲ ରିଲିଫ ପୋଷ୍ଟ, ସ୍କ୍ରିନିଂ ପଏଣ୍ଟ, ହେଲଥ ଏଟିଏମ ସୁବିଧା ମିଳିବ ।
ତେବେ ଶ୍ରଦ୍ଧାଳୁ ୪ ଧାମ ଯାତ୍ରା କରିବା ପୂର୍ବରୁ ଅତିକମରେ ୨ ମାସ ଚାଲିବା ଅଭ୍ୟାସ କରିବା ଉଚିତ । ଏହାଛଡା ପ୍ରାଣାୟମ ଏବଂ ହାଲକା ବ୍ୟାୟାମ ମଧ୍ୟ କରିବା ଜରୁରୀ । ହୃଦରୋଗୀ, ମଧୁମେହ, ଆଜମା ରୋଗୀ ନିୟମିତ ଔଷଧ ଖାଇବା ସହିତ ଡାକ୍ତରଙ୍କ ନମ୍ବର ପାଖରେ ରଖନ୍ତୁ ।
ସୋସିଆଲ ମିଡିଆରେ ଭିଡିଓ ଏବଂ ରିଲ କରୁଥିବା ଲୋକଙ୍କ ପାଇଁ ବିଶେଷ ନିୟମ ରହିଛି । ମନ୍ଦିର ଭିତରେ ଭିଡିଓ ଏବଂ ରିଲ ଉପରେ ନିଷେଧାଦେଶ ରହିଛି । ଏହା ବ୍ୟତୀତ ଭିଭିଆଇପି ଦର୍ଶନ ମଧ୍ୟ ବନ୍ଦ କରାଯାଇଛି ।
ଏଥର ଚାରଧାମ ଯାତ୍ରା ପାଇଁ ୯ ଲକ୍ଷ ଲୋକ ପଞ୍ଜୀକୃତ କରିଛନ୍ତି । ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯାତ୍ରା ସମୟରେ ଭିଭିଆଇପି ଦର୍ଶନ ମଧ୍ୟ ବନ୍ଦ କରାଯାଇଛି। ବଦ୍ରିନାଥ ଧାମର ପଣ୍ଡା ପଞ୍ଚାୟତର କୋଷାଧ୍ୟକ୍ଷ ଅଶୋକ ଟୋଡରିଆ କହିଛନ୍ତି ଯେ, ଦର୍ଶନ ପାଇଁ ଟଙ୍କା ନେବା ଭଗବାନଙ୍କ ସମ୍ମାନର ବିରୋଧୀ । ତେଣୁ, ଏଥର ସମସ୍ତ ଭକ୍ତ କେବଳ ସାଧାରଣ ଦର୍ଶନ ପାଇପାରିବେ । ଏହା ସହିତ ସମସ୍ତେ ଦର୍ଶନ ପାଇଁ ସମାନ ସୁଯୋଗ ପାଇବେ ।
ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ ।
Also Read : ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ, ଖୋଲିବ ବାବା କେଦାରନାଥଙ୍କ କପାଟ