ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନାମରେ ଚାଲାଣ କାଟିଲା ପୋଲିସ, ସିଟ୍‌ ବେଲ୍ଟ ବାନ୍ଧିନଥିବାରୁ କଟିଛି ଚାଲାଣ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ନାମରେ ଟ୍ରାଫିକ ପୋଲିସ ଚାଲାଣ କାଟିଛି । ଗାଡି ଚଲାଇବା ବେଳେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁତାଙ୍କ ନାମରେ ୧୦୦୦ଟଙ୍କାର ଚାଲାଣ କାଟିଛି ପାଟଣା ଟ୍ରାଫିକ ପୋଲିସ ।

ବାଗେଶ୍ୱର ଧାମର ମହନ୍ତ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ନାମରେ ପୋଲିସ କାଟିଛି ଚାଲାଣ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଯୋଗୁଁ ଜରିମାନା ଲାଗିଛି । ଗାଡିର ସିଟ୍‌ ବେଲ୍ଟ ନ ବାନ୍ଧି ଗାଡି ଚଲାଇଥିବାରୁ ଏହି ଜରିମାନା ଲାଗିଛି । ପାଟନାର ନୌବତପୁରରେ ହନୁମନ୍ତ କଥା ପ୍ରବଚନ କାର୍ଯ୍ୟକ୍ରମକୁ ଆସିଥିଲେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଏହି ସମୟରେ ନିୟମ ଉଲ୍ଲଙ୍ଘନ କରିଥିଲେ ।

ଏହାକୁ ନେଇ ପାଟନା ଟ୍ରାଫିକ ଏସପି କହିଚନ୍ତି, ଡେପୁଟି ଏସପି-୧ ଅଞ୍ଚଳରେ ନିୟମ ଭାଙ୍ଗିଥିଲେ ଶାସ୍ତ୍ରୀ । ଯେଉଁଥି ପାଇଁ ଜରିମାନା ଲାଗିଛି । ସିଟ୍‌ ବେଲ୍ଟ ନ ପିନ୍ଧିଥିବାରୁ ତାଙ୍କ ନାମରେ ୧ ହଜାର ଟଙ୍କାର ଜରିମାନା ଲାଗିଛି । ଏହି ଚାଲାଣ ଅନଲାଇନ ପଠାଯାଇ ଜରିମାନା ଭରିବା ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ, ପାଟନାର ନୌବତପୁରରେ ୧୩ରୁ ୧୭ ମଇ ମଧ୍ୟରେ ବାଗେଶ୍ୱର ବାବାଙ୍କ ହନୁମନ୍ତ କଥା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୧୩ ମଇରେ ପାଟନା ଏୟାରପୋର୍ଟରେ ପହଞ୍ଚିବା ପରେ କାରରେ ତାଙ୍କୁ ବିଜେପି ସାଂସଦ ମନୋଜ ତିଓ୍ଵାରୀ ନେଇ ଯାଇଥିଲେ । ଏହି ସମୟରେ ସେ ସିଟ୍‌ ବେଲ୍ଟ ବାନ୍ଧିନଥିଲେ । ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଉଭୟଙ୍କ ନାମରେ ଚାଲାଣ କଟିବା ସହିତ ଜରିମାନା ଲଗାଇଛି ଟ୍ରାଫିକ ପୋଲିସ । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଟ୍ରାଫିକ ପୋଲିସ ୧୦୦୦ ଟଙ୍କାର ଚାଲାଣ କାଟିଛି । ଭୋଜପୁରୀ ଷ୍ଟାର ଏବଂ ସାଂସଦ ମନୋଜ ତିଓ୍ଵାରୀଙ୍କ ନାମରେ ଜରିମାନା ଲାଗିଛି । ପାଟନା ଏୟାରପୋର୍ଟରୁ ହୋଟେଲ ଯିବା ସମୟରେ ଏହି ଚାଲାଣ କଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.