ଏହି ଗୋଟିଏ ଆଇଡିଆରୁ ଧୀରୁଭାଇ ଅମ୍ବାନୀ ବନିଥିଲେ ବିଜନେସ୍ ଦୁନିଆଁର ମୁକୁଟ ବିହୀନ ସମ୍ରାଟ

ବ୍ଯବସାୟ ଦୁନିଆର ମୁକୁଟ ବିହୀନ ସମ୍ରାଟ ରିଲାଏକ୍ସ ଇଣ୍ଡଷ୍ଟ୍ରି ମାଲିକ ଧୀରୁଭାଇ ଅମ୍ବାନୀ । ୨୦୦୨ରେ ଆଜିର ଦିନରେ ହିଁ ନିଧନ ହୋଇଥିଲା ଧୀରୁଭାଇଙ୍କର । ତେବେ ଧୀରୁଭାଇଙ୍କୁ ନେଇ ଅନେକ କାହାଣୀ ଶୁଣିଛନ୍ତି ଆପଣ । କଣ ଜାଣନ୍ତି କେମିତି ନିଜ ବ୍ଯବସାୟ ଆରମ୍ଭ କରିଥିଲେ ସେ ।

କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ ଧୀରୁଭାଇଙ୍କ କାହାଣୀ । ଚାକିରି କରିଥିବା ସମୟରେ ଧୀରୁଭାଇଙ୍କ ଦରମା ଥିଲା ମାତ୍ର ୩୦୦ ଟଙ୍କା । କିନ୍ତୁ ନିଜ ପରିଶ୍ରମ ବଳରେ ଚାହୁଁ ଚାହୁଁ କୋଟି କୋଟି ସଂପତ୍ତିର ମାଲିକ ବନିଯାଇଥିଲେ ଧୀରୁଭାଇ । ବ୍ଯବସାୟ ଦୁନିଆର ସମ୍ରାଟ କୁହାଯାଉଥିବା ଧୀରୁଭାଇଙ୍କ ପଦଚିହ୍ନରେ ଚାଲି ଆଜି ଅନୀଲ୍ ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ଏବେ ବିଶ୍ବର ପ୍ରତିଷ୍ଠିତ ବ୍ଯବସାୟୀରେ ପରିଗଣିତ ହେଉଛନ୍ତି ।

ଜନ୍ମ :

ଧୀରୁଭାଇ ଅମ୍ବାନୀ ଗୁଜୁରାଟର ଏକ ଛୋଟ ଗାଁ ଚୋରବାଡରେ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୩ରେ ଜୁନାଗଡ ଜିଲ୍ଲାରେ ହୋଇଥିଲା । ଧୀରୁଭାଇଙ୍କ ପୁରା ନାଁ ଥିଲା ଧୀରଜଲାଲ୍ ହୀରାଚନ୍ଦ ଅମ୍ବାନୀ ।  ବାପା ଜଣେ ସ୍କୁଲ୍ ଶିକ୍ଷକ ଥିଲେ । ତେଣୁ ଆର୍ଥିକ ସ୍ଥିତି ସୁଦୃଢ ସେତେ ନଥିଲା । ଯାହା ଫଳରେ ହାଇସ୍କୁଲ୍ ପାଠ ପଢା ପରେ ଛୋଟ ମୋଟ କାମ କରିବାକୁ ଲାଗିଥିଲେ । କିନ୍ତୁ ଏଥିରେ ବି ପରିବାର ଚଳିବାରେ ସମସ୍ଯା ହେଉଥିଲା ।

ଯେତେବେଳେ ମିଳିଲା ଚାକିରି :

ଯେତେବେଳେ ପ୍ରଥମଥର ପାଇଁ ଧୀରୁଭାଇଙ୍କୁ ଚାକିରି ମିଳିଥିଲା ସେତେବେଳେ ତାଙ୍କ ବୟସ ହୋଇଥିଲା ମାତ୍ର ୧୭ ବର୍ଷ । ମାତ୍ର ୩୦୦ ଟଙ୍କାରେ ୟମନର ଗୋଟିଏ  ପେଟ୍ରୋଲ୍ ପମ୍ପରେ ଚାକିରି କରିଥିଲେ । ଧୀରୁଭାଇଙ୍କ କାମ ଦେଖି କମ୍ପାନୀ ତାଙ୍କୁ ଫିଲିଂ ଷ୍ଟେସନର ମାନେଜର କରିଦିଆଯାଇଥିଲା । କିଛି ବର୍ଷ ଚାକିରି କରିବା ପରେ ୧୯୫୪ ରେ ନିଜ ଦେଶକୁ ଫେରି ଆସିଥିଲେ । ଏହା ପରେ ସେ ଆଖିରେ ଆଖିଏ ସ୍ବପ୍ନ ନେଇ ମୁମ୍ବାଇ ମାତ୍ର ୫୦୦ ଟଙ୍କା ଧରି ଚାଲିଯାଇଥିଲେ ଧୀରୁଭାଇ ।

ଯେତେବେଳେ ଆସିଥିଲା ଗୋଟିଏ ଆଇଡିଆ :

ମାର୍କେଟ୍ ବିଷୟରେ ବେଶ୍ ଜ୍ଞାନ ରଖିଥିଲେ ଧୀରୁଭାଇ । ସେ ଜାଣି ପାରିଥିଲେ ଭାରତରେ ପଲିଷ୍ଟରର ଚାହିଦା ଆଉ ବିଦେଶରେ ଭାରତୀୟ ମସଲାର ଚାହିଦା ଖୁବ୍ ଅଧିକ ରହିଛି । ଯାହା ଫଳରେ ବ୍ଯବସାୟର ଆଇଡିଆ ତାଙ୍କୁ ଆସିଥିଲା । ଏହା ପରେ ସେ ରିଲାଏନ୍ସ କମର୍ସ କର୍ପୋରେସନ୍ ନାମକ କମ୍ପାନୀ ଆରମ୍ଭ କରିଥିଲେ ।  ଯାହା ଭାରତର ମସଲା ବିଦେଶରେ ଏବଂ ବିଦେଶର ପଲିଷ୍ଟର ଭାରତରେ ବିକ୍ରି କରିବା ଆରମ୍ଭ କରିଥିଲା ।

୧ ମେଜ, ୩ ଚେୟାର୍ ଏବଂ ୨ ସହଯୋଗୀ :

ନିଜ ଅଫିସ୍ ପାଇଁ ଧୀରୁଭାଇ ୩୫୦ ବର୍ଗଫୁଟର ରୁମ୍, ଗୋଟିଏ ମେଜ, ୩ଟି ଚେୟାର୍, ଦୁଇ ସହଯୋଗୀ ଏବଂ ଗୋଟିଏ ଟେଲିଫୋନରେ ଆରମ୍ଭ କରିଥିଲେ । ବିଶ୍ବର ସବୁଠାରୁ ସଫଳତମ ଲୋକମାନଙ୍କ ମଧ୍ୟରେ ଧୀରୁଭାଇଙ୍କ ଦିନଚର୍ଯ୍ଯା ସାମିଲ୍ । କାରଣ ସେ କେବେ ବି ୧୦ଘଂଟାରୁ ଅଧିକ କାମ କରୁନଥିଲେ।

ଦେଶର ସବୁଠାରୁ ଧନୀ ବ୍ଯକ୍ତି :

୨୦୦୦ ବେଳକୁ ଦେଶର ସବୁଠାରୁ ଧନୀ ବ୍ଯକ୍ତି ହୋଇସାରିଥିଲେ ଅମ୍ବାନୀ । ମିଡିଆ ରିପୋର୍ଟ ମୂତାବକ ଯେତେବେଳେ ତାଙ୍କର ନିଧନ ହୋଇଥିଲା ସେତେବଳେକୁ ରିଲାଏନ୍ସ ୬୨ହଜାର କୋଟିର କମ୍ପାନୀ ହୋଇସାରିଥିଲା । ତାଙ୍କର ନିଧନ ୬ ଜୁଲାଇ ୨୦୦୨ରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.